#ବ୍ରହ୍ମପୁର ସହରରେ ବିଗତ ବିଂଶ ଶତାଦ୍ଦୀ ଷଷ୍ଠ ଦଶକ ଶେଷରେ
ଓଡ଼ିଆ ଯୁବ ଲେଖକ ସମ୍ମିଳନୀ ଆୟୋଜନ ପରେ ସ୍ଥାନୀୟ ସାହିତ୍ୟିକ ବାତାବରଣରେ ଉଷ୍ମତା ପ୍ରକାଶ
ପାଇଥିଲା । ଷଷ୍ଠ ଦଶକ ଶେଷ ଓ ସପ୍ତମ ଦଶକ ପ୍ରଥମ ଭାଗରେ ବହୁ ସାହିତ୍ୟ ଅନୁଷ୍ଠାନ ଗଠିତ ଏବଂ
ବହୁ ସାମୟିକ ସାହିତ୍ୟ ପତ୍ରିକା ପ୍ରକାଶିତ ହୋଇଥିଲା । ସାହିତ୍ୟ ଅନୁଷ୍ଠାନଭାବେ କଳିଙ୍ଗ
ସାହିତ୍ୟ ସମାଜ କେବଳ ତିଷ୍ଠି ରହିଛି । କିନ୍ତୁ କୌଣସିଟି ସାହିତ୍ୟ ପତ୍ରିକା ବଞ୍ଚି ପାରିଲା
ନାହିଁ ।
ଯୁବ ଲେଖକ ସମ୍ମିଳନୀ ଏକ ରାଜ୍ୟସ୍ତରୀୟ ସାହିତ୍ୟ ଅନୁଷ୍ଠାନ ରୂପେ ଗଢ଼ି ଉଠିଥିଲା । ଏହାର ବାର୍ଷିକ ଅଧିବେଶନମାନ ରାଜ୍ୟର ବିଭିନ୍ନ ସହରରେ ବେଶ ଜାକଜମକରେ ଅନୁଷ୍ଠିତ ହେଉଥିଲା । ଏହାର ପ୍ରଭାବରେ ସଂପୃକ୍ତ ଭୌଗଳିକ ପରିବେଶରେ ସାହିତ୍ୟଭିତ୍ତିକ କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରତିଭା ସଂଶ୍ଳିଷ୍ଟ ହେଉଥିଲେ । ବ୍ରହ୍ମପୁରରେ ୧୯୭୦ ଓ ତତ୍ ପରବର୍ତ୍ତୀ ସମୟରେ ପ୍ରକାଶିତ ପତ୍ରିକାର ଲମ୍ୱା ତାଲିକା ମଧ୍ୟରେ ପ୍ରତିଭା ବିକାଶ, ଆଶା, ସଂବିତ, ଆମ କାହାଣୀ, ଚ଼େତନା, କଳା ଓ କଳଙ୍କ, ଶାଶ୍ୱତୀ, ତରଙ୍ଗ, ଶ୍ଳେଷ, ଚକ୍ର, ଚରକ, ଉବାଚ଼ ଓ ପ୍ରୋଏଟ୍ରି ଟାଇମ ଇତ୍ୟାଦିର ହିସାବ ମିଳେ । ଚରକ ସ୍ୱାସ୍ଥ୍ୟଭିତ୍ତିକ, ଶ୍ଳେଷ ହାସ୍ୟରସମୂଳକ ଓ ପ୍ରୋଏଟ୍ରି, ଟାଇମ ଇଂଲିଶ କବିତା ସଂକଳନ ଆକାରରେ ପ୍ରକାଶ ପାଉଥିଲା ।
ସାମୟିକ ପତ୍ରିକାଗୁଡ଼ିକ ଅନିୟମିତ ଭାବେ ପ୍ରକାଶ ପାଇଥାଏ । ଏଗୁଡ଼ିକ ଲଘୁ ପତ୍ରିକା ଆନ୍ଦୋଳନ ପର୍ଯ୍ୟାୟଭୁକ୍ତ । ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ଲିଟିଲ ମ୍ୟାଗାଜିନ ମୁଭମେଣ୍ଟ ପଶ୍ଚିମ ଭୂଖଣ୍ଡରେ ଦୀର୍ଘ ସମୟ ଧରି ପ୍ରଭାବ ବିସ୍ତାର କରିବା ପରେ ବଙ୍ଗଳା ସାହିତ୍ୟ ଦେଇ ଓଡ଼ିଶାରେ ପ୍ରବେଶ କରିଥିଲା । ପ୍ରତିଷ୍ଠିତ ସାହିତ୍ୟ ପତ୍ରିକାଗୁଡ଼ିକରେ ନବାଗତମାନଙ୍କ ରଚନା ପ୍ରକାଶର ସୁଯୋଗ ନଥିବା ହେତୁ ଲିଟିଲ ମ୍ୟାଗାଜିନ ସୃଷ୍ଟି ହୋଇଥିଲା । ନବପ୍ରତିଭାଙ୍କ ରଚନା ଶୈଳୀଠାରୁ ଆରମ୍ଭକରି ମୁଦ୍ରଣ ପରିପାଟୀ ସମସ୍ତ କ୍ଷେତ୍ରରେ ପରୀକ୍ଷା ନିରୀକ୍ଷାକୁ ଏହି ଆନ୍ଦୋଳନ ଉତ୍ସାହିତ କରୁଥିଲା । ମୋଟ ଉପରେ ଯୁବ ସାହିତ୍ୟିକମାନଙ୍କୁ ସାହିତ୍ୟ ରଚ଼ନା ଓ ପ୍ରକାଶନ କ୍ଷେତ୍ରରେ ଆଦ୍ୟ ଅଭିଜ୍ଞତା ଯୋଗାଇବାରେ ସାମୟିକ ପତ୍ରିକା ପ୍ରକାଶନ ସହାୟକ ହେଉଥିଲା ।
ବ୍ରହ୍ମପୁର ପୌରପାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ରୂପେ ଅବସ୍ଥାପିତ ଦେବରାଜ ସାହୁ ସେହି ସମୟରେ ‘ଚ଼େତନା’ ନାମକ ଏକ ସାମୟିକ ପତ୍ରିକା ପ୍ରକାଶ କରୁଥିଲେ । ଏଥିରେ ସହରର ପ୍ରତିଷ୍ଠିତ ସାହିତ୍ୟିକଙ୍କ ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ସାହିତ୍ୟ ସୃଜନ ଦୁନିଆରେ ପାଦ ଥୋଉଥିବା ନୂତନ ଲେଖକ ଲେଖିକାମାନଙ୍କ ରଚ଼ନା ସ୍ଥାନିତ ହେଉଥିଲା । ‘ଚ଼େତନା’ର ମାତ୍ର କେତେଗୋଟି ସଂଖ୍ୟା ପ୍ରକାଶ ପାଇ ବନ୍ଦ ହୋଇଯାଇଥିଲା ।
ଦେବରାଜ ସାହୁ ପୁରୁଣା ବ୍ରହ୍ମପୁର ବାସିନ୍ଦା । ସେ ଖଲ୍ଲିକୋଟ ମହାବିଦ୍ୟାଳୟର ଛାତ୍ର । ଗାଳ୍ପିକ ପ୍ରଫେସର ହରିହର ଦାସ ଓ ପ୍ରାବନ୍ଧିକ ପ୍ରଫେସର ସୁଦର୍ଶନ ଆଚ଼ାର୍ଯ୍ୟଙ୍କ ସହପାଠୀ । ‘ଚ଼େତନା’ ସଂପାଦନାର ବହୁ ପୂର୍ବରୁ କ୍ଷୁଦ୍ରଗଳ୍ପ ରଚନାରେ ଦକ୍ଷତା ହାସଲ କରିଥିଲେ ଏବଂ ପରେ ମଧ୍ୟ ଲେଖକ ଜୀବନ ଜାରୀ ରଖିଥିଲେ । ସେ ନବମ ଦଶକରେ ଦୀର୍ଘ ଦିନ କଳିଙ୍ଗ ସାହିତ୍ୟ ସମାଜର ସମ୍ପାଦକଭାବେ ମଧ୍ୟ ସାହିତ୍ୟ ସଂଗଠନ କାର୍ଯ୍ୟରେ ସଂପୃକ୍ତ ହୋଇଥିଲେ ।
ଦେବରାଜ ସାହୁ ସୃଜନ ଶିଳ୍ପୀଭାବେ ଆତ୍ମଅଭିମାନୀ ତ ନିଶ୍ଚୟ, ଓଡ଼ିଆ ଭାଷା ଓ ସାହିତ୍ୟପ୍ରେମୀ । ବାର୍ଦ୍ଧକ୍ୟରେ ଦୃଷ୍ଟିଶକ୍ତି ହ୍ରାସ ପରେ ଜଣେ ସହାୟକଙ୍କୁ ନିଯୁକ୍ତ କରି ସାହିତ୍ୟ ସାଧନାରେ ଶେଷ ଜୀବନ ପର୍ଯ୍ୟନ୍ତ ଚଳଚଞ୍ଚଳ ଥିଲେ । ସର୍ବଶେଷ ଯୋଜନାରେ ପ୍ରାକ୍ତନ ପୌର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ବିନାୟକ ଆଚ଼ାର୍ଯ୍ୟଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ଓ ଗଞ୍ଜାମ କଥିତ ଭାଷା ଶବ୍ଦକୋଷ ସଂକଳନ କାର୍ଯ୍ୟରେ ସଂପୃକ୍ତ ଥିଲେ ।
ବିଂଶ ଶତାଦ୍ଦୀର ଚ଼ତୁର୍ଥ ଦଶକରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ତଥା ସେଥିରେ ବ୍ରହ୍ମପୁର ସହର ଅନ୍ତର୍ଭୁକ୍ତ ହୋଇଥିଲେ ସୁଦ୍ଧା ସପ୍ତମ ଦଶକ ଶେଷ ଯାଏଁ ତିନି ଦଶନ୍ଧି ଧରି ସହରର ଓଡ଼ିଆ ନେତୃବର୍ଗଙ୍କୁ ଓଡ଼ିଆ ଭାଷାର ସୁରକ୍ଷାଲାଗି ବରାବର କାର୍ଯ୍ୟ କରିବାକୁ ପଡୁଥିଲା । ଦେବରାଜ ସାହୁ ସେହି ସ୍ୱେଚ୍ଛାସେବୀଙ୍କ ମଧ୍ୟରୁ ଜଣେ । ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନରେ ସେ ବହୁ ଦୁଃସାହାସିକ ପଦକ୍ଷେପରେ ସାମିଲ ହୋଇଥିଲେ ।
ଦେବରାଜ ସାହୁ ବନ୍ଧୁବତ୍ସଳ । ପରିଣତ ବୟସରେ ଦୀର୍ଘକାଳ ସେ ଗୃହାବଦ୍ଧ ଜୀବନ ଯାପନ କରୁଥିଲେ ହେଁ ଟେଲିଫୋନ ମାଧ୍ୟମରେ ପରିଚ଼ିତବର୍ଗଙ୍କ ସହ ବରାବର ସଂପର୍କ ରଖୁଥିଲେ । ୨୯ ଡ଼ିସେମ୍ୱର ୨୦୨୧ରେ ହୃଦଘାତର ଶୀକାର ହୋଇ ୮୭ ବର୍ଷ ବୟସରେ ସେ ପରଲୋକ ଗମନ କଲେ । ସହର ଏକ ଉତ୍ସର୍ଗୀକୃତ ବ୍ରହ୍ମପୁରପ୍ରେମୀଙ୍କୁ ହରାଇଲା ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧ ଜାନୁୟାରୀ ୨୦୨୨ / ପୃଷ୍ଠା : ୮)
Photo by Jason Blackeye on Unsplash
No comments:
Post a Comment