#ବ୍ରହ୍ମପୁର ଡ଼ାଇମଣ୍ଡ ଜୁବୁଲୀ ଟାଉନହଲ
ଖଲ୍ଲିକୋଟ ଓ ଆଠଗଡ଼ ମହାରାଜାଙ୍କ ଦ୍ୱାରା ସମର୍ପିତ ପୁରାତନ କୋଠାରେ ସ୍ଥାପିତ ଫଳକ ଅନୁଯାୟୀ
ଏହା ୨୭ ଫେବୃୟାରୀ ୧୯୦୫ରେ ମାଡ୍ରାସ ଗଭର୍ଣ୍ଣରଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା ଏବଂ ୨୫
ଫେବୃୟାରୀ ୧୮୯୮ରେ ତତକାଳୀନ ମାଡ୍ରାସ ଗଭର୍ଣ୍ଣର ନିର୍ମାଣକାର୍ଯ୍ୟର ଶୁଭାରମ୍ଭ କରିଥିଲେ ।
ଅନ୍ୟ ଏକ ଫଳକରେ ଟାଉନହଲର ନବୀକରଣ, ମୁଖ୍ୟତଃ ବାଲକୋନୀ ଭାଙ୍ଗି ପ୍ରେକ୍ଷାଳୟରେ ଦର୍ଶକ ଆସନ
ବଦଳାଇବା କାର୍ଯ୍ୟ ୩୦ ଏପ୍ରିଲ ୧୯୮୫ରେ ସରିଥିବା ଉଲ୍ଲେଖ କରାଯାଇଥାଏ । ପରବର୍ତ୍ତୀ
ପର୍ଯ୍ୟାୟରେ ଶହେ ବର୍ଷ ପୁରୁଣା କୋଠାଟିକୁ ସଂପୂର୍ଣ୍ଣ ଭାଙ୍ଗି ଦେଇ ନୂଆ କୋଠାଟିଏ ନିର୍ମିତ
ହୋଇଛି ।
ନବନିର୍ମିତ ଟାଉନହଲର ଭଡ଼ା ଅଧିକ ଥିବା ହେତୁ ବର୍ଷସାରା ଅବ୍ୟବହୃତ ହୋଇପଡ଼ିରହିଥାଏ । ବ୍ରହ୍ମପୁର ସହରରେ ସାଂସ୍କୃତିକ ଜାଗରଣ ନିମନ୍ତେ ଖଲ୍ଲିକୋଟ ରାଜପରିବାର ଯେଉଁ ମହତ ଆକାଂକ୍ଷା ନେଇ ସହରର କେନ୍ଦ୍ର ସ୍ଥଳରେ ଅବସ୍ଥିତ ମୂଲ୍ୟବାନ ଜମି ସାଙ୍ଗକୁ କୋଠା ନିର୍ମାଣକରି ପୌରପାଳିକାଙ୍କୁ ପରିଚାଳନା ନିମନ୍ତେ ପ୍ରଦାନ କରିଥିଲେ, ତାହା ସାଧିତ ହୋଇପାରି ନାହିଁ । ଟାଉନ ହଲର ଚାରିକଡ଼େ ପୌରପାଳିକା ପକ୍ଷରୁ ଦୋକାନ ଗୃହ ନିର୍ମାଣ କରାଯାଇ ଜନହିତରେ ଉତ୍ସର୍ଗୀକୃତ ଦାନର ଅପବ୍ୟବହାର କରାଯାଉଛି । ଅତୀତରେ ଖଲ୍ଲିକୋଟ କଲେଜଠାରୁ କଲ୍ୟାଣମଣ୍ଡପ, ଗେଷ୍ଟହାଉସ ଓ ଟାଉନହଲକୁ ଲାଗି ମୁକ୍ତ ପ୍ରାଙ୍ଗଣରେ ଝାଉଁଗଛ ସଜ୍ଜିତ ଏକ ପାର୍କ ବିଦ୍ୟମାନ ଥିଲା । ସମଗ୍ର ଅଞ୍ଚଳ ବର୍ତ୍ତମାନ କଂକ୍ରିଟ ଜଙ୍ଗଲ ।
ଗଣତାନ୍ତ୍ରିକ ଶାସନ ପଦ୍ଧତିରେ ଟାଉନହଲର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଜନସାଧାରଣଙ୍କ ସ୍ୱାର୍ଥରକ୍ଷା ଲାଗି ସରକାରୀ ଓ ପ୍ରଶାସନିକ ତୃଟିବିଚ୍ୟୁତି ସର୍ବସାଧାରଣରେ ସମାଲୋଚ଼ନା, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ମାଧ୍ୟମରେ ଜନଜୀବନରେ ବୌଦ୍ଧିକ ବିକାଶ ଓ ମନୋରଞ୍ଜନ ତଥା ଜରୁରି ପରିସ୍ଥିତିରେ ସ୍ଥାନୀୟ ବାସିନ୍ଦାଙ୍କ ନିମନ୍ତେ ସହାୟତା କେନ୍ଦ୍ର ରୂପେ ଟାଉନହଲ ପ୍ରାଙ୍ଗଣ କାର୍ଯ୍ୟ କରିଥାଏ । ବ୍ରହ୍ମପୁରରେ ଟାଉନହଲରେ ସେଭଳି କାର୍ଯ୍ୟକ୍ରମ ସଂଭବ ହୋଇପାରୁ ନାହିଁ । ହାତଗଣତି ସରକାରୀ ଓ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନର ଉତ୍ସବାନୁଷ୍ଠାନ ଆୟୋଜନରେ ସୀମିତ ରହୁଛି ।
ବ୍ରହ୍ମପୁର ଡ଼ାଏମଣ୍ଡ ଜୁବୁଲୀ ଟାଉନ ହଲ ୧୯୦୫ ମସିହାରୁ ଉପଲବ୍ଧ । ତେବେ ଆଶ୍ଚର୍ଯ୍ୟଜନକଭାବେ ସେ ସମୟରେ ମଧ୍ୟ ବହୁଳଭାବେ ବ୍ୟବହୃତ ନହୋଇପାରିଥିବା ପ୍ରମାଣ ଇତିହାସ ପୃଷ୍ଠାରୁ ମିଳେ । ଡ଼କ୍ଟର ସୀତାରାମ ମହାପାତ୍ର ଖଲ୍ଲିକୋଟ ମହାବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପନା କରିଥିଲେ । ସେ ସହରର ସାଂସ୍କୃତିକ ଆନ୍ଦୋଳନରେ ବିଗତ ଶତାଦ୍ଦୀର ଷଷ୍ଠ ଦଶକରୁ ଚାଳିଶି ବର୍ଷ ଧରି ସଂପୃକ୍ତ ରହିଆସିଥିଲେ । ‘ଓଡ଼ିଆ ଜାତୀୟ ଆନ୍ଦୋଳନର ଐତିହାସିକ ପୀଠ : ଉତ୍କଳ ଆଶ୍ରମ’ ଶୀର୍ଷକ ପ୍ରବନ୍ଧରେ ସେ ଲେଖିଥିଲେ :
“୧୯୧୬ ସାଲ ପର୍ଯ୍ୟନ୍ତ ଗଞ୍ଜାମର ଓଡ଼ିଆମାନେ ଏକାଠି ବସି କୌଣସି ଜାତୀୟ ବିଷୟ ଆଲୋଚ଼ନା କରିବା ସକାଶେ ବ୍ରହ୍ମପୁର ସହରରେ ଖଣ୍ଡେ ସାଧାରଣ ସ୍ଥାନର ଅଭାବ ଅନୁଭବ କରିଥିଲେ । କେବଳ ଅସ୍ଥାୟୀ ବ୍ୟବସ୍ଥା କରାଯାଉଥିଲା । କେତେବେଳେ ପଞ୍ଚୁ ଦେଉଳ ଆଗରେ ଥିବା ସେତେବେଳର ପାୱଲସ ସାହେବଙ୍କ ବଙ୍ଗଳା ତ ଅନ୍ୟ କେତେବେଳେ ଟାଉନ ହଲ ସାମନାରେ ଥିବା ସେହି ସମୟର ସୁରଙ୍ଗୀ ରାଜାଙ୍କ ବଙ୍ଗଳା ଏବଂ ବଡ଼ଖେମୁଣ୍ଡି ରାଜାଙ୍କ ବଙ୍ଗଳା । ଏହିଭଳି ବିଭିନ୍ନ ସ୍ଥାନରେ ଓଡ଼ିଆମାନେ ଆଲୋଚ଼ନା ସଭା ଏବଂ ବନ୍ଧୁମିଳନ ଆୟୋଜନ କରୁଥିଲେ । କିନ୍ତୁ ୧୯୧୬ ସାଲରେ ବ୍ରହ୍ମପୁରର କେତେଜଣ ଉତ୍ସାହୀ ଓଡ଼ିଆ ଯୁବକ ଗଞ୍ଜାମର ତତକାଳୀନ କେତେକ ରାଜାଙ୍କ ସହିତ ମଶି ଏକ ସ୍ଥାୟୀ ଗୃହ ନିର୍ମାଣ ସକାଶେ ଉଦ୍ୟମ କଲେ । ସୁଖର କଥା ସ୍ଥାୟୀ ଗୃହ ନିର୍ମାଣ ନିମନ୍ତେ ଶେରଗଡ଼ ରାଜା କ୍ରୟସୂତ୍ରରେ କିଛି ଜମି ଦେଲେ ଏବଂ ବଡ଼ଖେମୁଣ୍ଡି ରାଜା କୃପାମୟ ଅନଙ୍ଗଭୀମ କେଶରୀ ଦେବଙ୍କ ଆର୍ଥିକ ସାହାଯ୍ୟ ବଳରେ ତା ୨୬-୨-୧୯୨୦ ସାଲରେ ତତକାଳୀନ ଗଞ୍ଜାମ କଲେକ୍ଟର ସି.ଭି. କାଟରାଲଙ୍କ ଦ୍ୱାରା ସ୍ଥାୟୀ ଗୃହର ଭିତ୍ତିପ୍ରସ୍ତର ସ୍ଥାପିତ ହେଲା ଏବଂ ତା ୨୨-୧-୧୯୨୫ ସାଲରେ ମାନ୍ଦ୍ରାଜ ଗଭର୍ଣ୍ଣର ଭି. ଗେଶ୍ଚେନଙ୍କ ଦ୍ୱାରା ସ୍ଥାୟୀ ଗୃହ ‘ଉତ୍କଳ ଆଶ୍ରମ’ ଉନ୍ମୋଚିତ ହୋଇଥିଲା ।”
ପ୍ରଶ୍ନଉଠେ, ୧୯୦୫ ମସିହାରୁ ଟାଉନହଲର ସୁବିଧା ମିଳିବା ଦଶବର୍ଷ ପରେ ସହରର ନେତୃସ୍ଥାନୀୟ ଓଡ଼ିଆଙ୍କ ଉଦ୍ୟମରେ ଚାନ୍ଦା ଭେଦା ସଂଗୃହୀତ ହୋଇ କୋଡ଼ିଏ ବର୍ଷ ପରେ ଅନ୍ୟ ଏକ ସଭାଗୃହ ନିର୍ମାଣରେ କାହିଁକି ତତ୍ପରତା ପ୍ରକାଶ ପାଇଥିଲା ? ଶହେ ବର୍ଷ ପରେ ‘ଉତ୍କଳ ଆଶ୍ରମ’ ମଧ୍ୟ ‘ଟାଉନ ହଲ’ର ଦୁଃସ୍ଥିତିର ପରିସରଭୁକ୍ତ ହେବାରେ ଲାଗିଛି କି ?

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୩୦ ଏପ୍ରିଲ ୨୦୨୨/ ପୃଷ୍ଠା : ୨)
Photo by Matt Botsford on Unsplash
No comments:
Post a Comment