#ବ୍ରହ୍ମପୁର ସହରର ପରିସୀମା ଓ
ଜନସଂଖ୍ୟା ସ୍ୱାଧୀନୋତ୍ତର ଅବସ୍ଥାରେ ଦୃତ ଗତିରେ ବୃଦ୍ଧିପ୍ରାପ୍ତ ହୋଇଛି । ବିଗତ ୫୦ ରୁ ୭୦
ବର୍ଷ ମଧ୍ୟରେ କ୍ରମବିକଶିତ ଜନବସତି ମଧ୍ୟରେ ବ୍ରିଟିଶ ଅମଳର ଜମିଦାରୀ ମାଲିକାନାରେ ଥିବା
ଭୂସମ୍ପତ୍ତି ପ୍ରମୁଖ ସ୍ଥାନ ଅଧିକାର କରିଥାଏ । ପାଲୁର ଜମିଦାରଙ୍କ ଗୋଟିଏ ବଙ୍ଗଳା
ବ୍ରହ୍ମପୁରରେ ଥିଲା । ଏକ ସାଧାରଣ କୋଠା ସଂଲଗ୍ନ ବିସ୍ତୀର୍ଣ୍ଣ ପ୍ରାଙ୍ଗଣ । ସ୍ୱାଧୀନୋତ୍ତର ଅବସ୍ଥାରେ
ତାହା ଘରବାଡ଼ି ପ୍ଲଟ କରି ବିକ୍ରୀ କରିଦିଆଯାଇଥିଲା । ଗଞ୍ଜାମ ଓ ପଡ଼ୋଶୀ ଜିଲ୍ଲାଗୁଡ଼ିକରୁ
ବ୍ରହ୍ମପୁରରେ ସ୍ଥାୟୀଭାବେ ବସବାସ କରିବା ପାଇଁ ଗ୍ରାମାଞ୍ଚଳରୁ ପହଞ୍ଚୁଥିବା ପରିବାରବର୍ଗ ସେଠି
ଘରଦ୍ୱାର ନିର୍ମାଣ କରି ବସବାସ କରିବାକୁ ଲାଗିଲେ । ପାଲୁର ବଙ୍ଗଳା ପଶ୍ଚିମ ସୀମାରେ ଚିକିଟି
ରାଜପରିବାର ଜମିରେ ଚନ୍ଦ୍ରପ୍ରଭା ସାହୀ ଏବଂ ସେଠାରୁ ଗୋଲାପଲ୍ଲୀ ସାହୀ ଯାଏଁ ବିସ୍ତୀର୍ଣ୍ଣ
ଇଲାକାରେ ବଡ଼ଖେମୁଣ୍ଡି ରାଜପରିବାରଙ୍କ ସତ୍ତ୍ୱାଧୀନ ଅଞ୍ଚଳ ବିକ୍ରୀ ହୋଇ ଘରବାଡ଼ି ନିର୍ମାଣ
ପରେ ବଡ଼ଖେମୁଣ୍ଡି ସାହୀ ଗଢ଼ିଉଠିଥିଲା । ପାଲୁର ବଙ୍ଗଳା ଓ ବଡ଼ଖେମୁଣ୍ଡି ସାହୀ ଏବଂ ତତ୍
ସଂଲଗ୍ନ ଅଞ୍ଚଳ ଅଧୂନା ସହରର ଅନ୍ୟତମ ଘଞ୍ଚ ଜନବସତି ।
କୁହାଯାଏ ଯେ ପୁରୀ ଗଜପତି ପୁରୁଷୋତ୍ତମ ଦେବ ୧୪୭୯ ରୁ ୧୫୦୪ ମଧ୍ୟରେ ରାଜତ୍ୱ କରୁଥିଲେ । ତାଙ୍କରି ଶାସନକାଳରେ ଗଞ୍ଜାମର ଜମିଦାରମାନେ ସତ୍ତ୍ୱ ହାସଲ କରିଥିଲେ । ବିଂଶ ଶତାଦ୍ଦୀ ଆରମ୍ଭ ବେଳକୁ ବ୍ରିଟିଶ ଶାସିତ ଗଞ୍ଜାମ ସବ୍ଡ଼ିଭିଜନରେ ଅଠରଗୋଟି ଜମିଦାରୀ ରହିଥିଲା । ସେଥିମଧ୍ୟରୁ ନଅଗୋଟିରୁ ଉର୍ଦ୍ଧ୍ୱ ଜମିଦାରଙ୍କ ପକ୍ଷରୁ ବ୍ରହ୍ମପୁରରେ ବାସସ୍ଥାନ ବଙ୍ଗଳାମାନ ନିର୍ମିତ ହୋଇଥିଲା । ପାଲୁର, ବଡ଼ଖେମୁଣ୍ଡି ସାଙ୍ଗକୁ ଖଲ୍ଲିକୋଟ-ଆଠଗଡ଼, ବଡ଼ଗଡ଼, ଶେରଗଡ଼, ଚିକିଟି, ସୁରଙ୍ଗୀ, ଜରଡ଼ା ଓ ଧରାକୋଟ ଜମିଦାର ଶାସକ ପରିବାରବର୍ଗ ଅସ୍ଥାୟୀ ଭାବେ ବ୍ରହ୍ମପୁରରେ ବସବାସ କରିବା ଆରମ୍ଭ କରିଦେଇଥିଲେ ।
ମହୁରିର ରାଜଧାନୀ ବ୍ରହ୍ମପୁରର ଅଧୂନା ବଡ଼ବଜାର ଅଞ୍ଚଳରେ ପଞ୍ଚଦଶ ଶତାଦ୍ଦୀର ଶେଷାର୍ଦ୍ଧରେ ନବନିର୍ମିତ ରାଜପ୍ରସାଦକୁ ନେଇ ଗଢ଼ି ଉଠିଥିଲା । ମହୁରି ଶାସକ ଧାର୍ଯ୍ୟ ରାଜସ୍ୱ ନଦେଇପାରିବା ହେତୁ ୧୮୫୧ରେ ବ୍ରିଟିଶ ସରକାର ବ୍ରହ୍ମପୁର ସମେତ ସମଗ୍ର ମହୁରି ଅଞ୍ଚଳକୁ ଅକ୍ତିଆରକୁ ନେଇଯାଇଥିଲେ । କ୍ରମଶଃ ବ୍ରହ୍ମପୁରରେ ସରକାରଙ୍କ ପକ୍ଷରୁ କୋର୍ଟକଚ଼େରୀ ସ୍ଥାପନ, ପଡ଼ୋଶୀ ଅଞ୍ଚଳ ସହ ରାସ୍ତା ସଂଯୋଗ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ସ୍ଥାପନ ତଥା ସର୍ବୋପରି ବାଣିଜ୍ୟ ବ୍ୟବସାୟ ପେଣ୍ଠରେ ପରିଣତ ହେବାପରେ ପଡ଼ୋଶୀ ଜମିଦାରୀର ଶାସକଗଣ ବ୍ରହ୍ମପୁରରେ ଆବାସ ନିର୍ମାଣ ନିମନ୍ତେ ଯତ୍ନବାନ ହୋଇଥିଲେ । ବ୍ରିଟିଶ ଶାସନ ପ୍ରାକକାଳରେ ଭୂ-ବନ୍ଦୋବସ୍ତ ଆୟୋଜନ ଏଥିଲାଗି ସହାୟକ ହୋଇଥିଲା ।
ବିଂଶ ଶତାଦ୍ଦୀ ଆରମ୍ଭ ସୁଦ୍ଧା ବ୍ୟାବସାୟିକ-ବ୍ରହ୍ମପୁର ବଡ଼ବଜାର, ସାନବଜାର ଠାରୁ ଭାପୁର ବଜାରକୁ ସଂପ୍ରସାରିତ ହୋଇଥିଲା । ମିଲଟାରୀ ଲାଇନ୍ସରେ ସେନାକର୍ମଚାରୀଙ୍କ ବାସସ୍ଥଳୀପରେ ଗେଟବଜାର ଅଞ୍ଚଳରେ ସରକାରୀ କାର୍ଯ୍ୟାଳୟ ଏବଂ ବିଜିପୁର ନିକଟରେ ଚ଼ିକିତ୍ସାଳୟ ଓ ବୈଦ୍ୟନାଥପୁରରେ କୋର୍ଟକଚ଼େରୀ କାର୍ଯ୍ୟ କରୁଥିଲା । ଗେଟବଜାରରୁ କୋର୍ଟପେଟା ଅଞ୍ଚଳରେ ଗଞ୍ଜାମ ଜମିଦାରମାନଙ୍କ ବଙ୍ଗଳାମାନ ସ୍ଥାପିତ ହୋଇଥିଲା । ମୁଖ୍ୟତଃ ଊନବିଂଶ ଶତାଦ୍ଦୀର ଶେଷ ଓ ବିଂଶ ଶତାଦ୍ଦୀର ପ୍ରଥମ ଭାଗରେ ଜମିଦାରୀ ବଙ୍ଗଳାଗୁଡ଼ିକର କୋଠାବାଡ଼ି ନିର୍ମାଣ ହୋଇଥିବା ଅନୁମାନ କରାଯାଏ ।
ବ୍ରହ୍ମପୁର ସହରର କ୍ରମବିକାଶରେ ଗଞ୍ଜାମ ଜମିଦାରୀ ବଙ୍ଗଳାସମୂହର ପ୍ରମୁଖ ଯୋଗଦାନ ରହିଆସିଛି । ପ୍ରଥମ ପର୍ଯ୍ୟାୟରେ ବ୍ରିଟିଶ ଶାସନାଧୀନ ଅବସ୍ଥାରେ ବଙ୍ଗଳାଗୁଡ଼ିକ ସ୍ଥାପନ ଫଳରେ ସହରର ବସବାସଯୋଗ୍ୟ ପରିସୀମା ବଢ଼ିଥିବା ସ୍ଥଳେ ସ୍ୱାଧୀନୋତ୍ତର ଅବସ୍ଥାରେ ବଙ୍ଗଳାର ଜମି ସର୍ବସାଧାରଣଙ୍କୁ ଘରବାଡ଼ି ନିର୍ମାଣ ନିମନ୍ତେ ସୁଯୋଗ ପ୍ରଦାନ ସହରର ଜନସଂଖ୍ୟା ବୃଦ୍ଧିରେ ସହାୟକ ହୋଇଥିଲା । ଅପରପକ୍ଷେ ବ୍ରହ୍ମପୁରର ସହରୀ ସଂସ୍କୃତି ଗଞ୍ଜାମର ଗ୍ରାମାଞ୍ଚଳରେ ପ୍ରସାରରେ ଜମିଦାରୀ ବଙ୍ଗଳାଗୁଡ଼ିକରେ ପହଞ୍ଚୁଥିବା ଅତିଥି ଗ୍ରାମବାସୀଙ୍କ ଅନୁଭୂତି ସଂଗ୍ରହ ମଧ୍ୟ ଅନ୍ୟ ଏକ ଉଲ୍ଲେଖଯୋଗ୍ୟ ବିଭବ ବିଚାର କରାଯାଇପାରେ !

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୯ ଜୁଲାଇ ୨୦୨୨/ ପୃଷ୍ଠା : ୨)
Photo by Miltiadis Fragkidis on Unsplash
No comments:
Post a Comment