#ବ୍ରହ୍ମପୁର ଓଡ଼ିଆ ଚଳଚ଼ିତ୍ର ନିର୍ମାଣ
ଇତିହାସରେ ଅନ୍ୟତମ ଆଦ୍ୟ ସୂତ୍ରଧର । ଓଡ଼ିଆ ଚଳଚ଼ିତ୍ର ଶିଳ୍ପ ଓଲିଉଡ଼ ନାମରେ ଖ୍ୟାତ ।
ପାରମ୍ପରିକଭାବେ କଟକ ଓଲିଉଡ଼ର କେନ୍ଦ୍ରସ୍ଥଳୀ ରୂପେ ପରିଚ଼ିତ । ବିଂଶ ଶତାଦ୍ଦୀର ଶେଷ ଦୁଇ
ଦଶକରେ ଓଲିଉଡ଼ ଦ୍ୱୈତ-ନଗରୀ ଭୁବନେଶ୍ୱରକୁ ସଂପ୍ରସାରିତ ହୋଇଥିଲା । ତେବେ ବ୍ରହ୍ମପୁର, ଆସିକା,
ଜୟପୁର, ପୁରୀ, ବାଲେଶ୍ୱର, ବାରିପଦା, ସମ୍ୱଲପୁର ଇତ୍ୟାଦି ବିଭିନ୍ନ ସହରରେ ମଧ୍ୟ ଓଡ଼ିଆ
ଚଳଚ଼ିତ୍ର ନିର୍ମାଣକାରୀ ସଂଗଠନମାନ କାର୍ଯ୍ୟକରି ଆସିଛି । ମହାମାରୀ-ପର ପରିବେଶରେ ଚଳଚ଼ିତ୍ର
ପ୍ରେକ୍ଷାଳୟର ରୂପେଲି ପରଦାରୁ ଲମ୍ପ ପ୍ରଦାନ କରି ଅନଲାଇନ ‘ଓଟିଟି’ ମଞ୍ଚରେ ପହଞ୍ଚିବା ପରେ
ରାଜ୍ୟର ବିଭିନ୍ନ ସହରରେ ଚଳଚ଼ିତ୍ର ନିର୍ମାଣ ଲାଗି ଉଦ୍ୟମ କ୍ରିୟାଶୀଳ ହେବା ଆଶା କରାଯାଇପାରେ
। ଏହାର ମୁଖ୍ୟ ତିନିଗୋଟି କାରଣ ହେଲା : ଏଣିକି ଚଳଚ଼ିତ୍ର ନିର୍ମାଣ
ସାଜ-ସରଞ୍ଜାମ ସହଜରେ ଉପଲବ୍ଧ, ନିର୍ମାଣ ଖର୍ଚ୍ଚ ଢେର କମି ଆସିଛି ଏବଂ ପ୍ରଦର୍ଶନର ଜଟିଳ
ବ୍ୟାବସାୟିକ ଗୋଲକଧନ୍ଦା ସମାଧାନ ସମ୍ଭବ ।
ମହାମାରୀର ଢେର ଆଗରୁ ଚଳଚ଼ିତ୍ର ଡବିଂ ପ୍ରଥା ଲୋକପ୍ରିୟତା ହାସଲ କରି ଆସିଛି । ହଲିଉଡ଼ ବଲିଉଡ଼ ଓ ଜଲିଉଡ଼ ଚଳଚ଼ିତ୍ରଗୁଡ଼ିକ ହିନ୍ଦି ସାଙ୍ଗକୁ ତାମିଲ, ତେଲୁଗୁ ଓ ବଙ୍ଗଳା ଭାଷାରେ ଡବିଂ, ଅର୍ଥାତ ସଂଳାପ ଅନୁବାଦ କରାଯାଇ ବିଭିନ୍ନ ଭାଷାଭାଷୀ ଅଞ୍ଚଳର ପ୍ରେକ୍ଷାଳୟଗୁଡ଼ିକରେ ପ୍ରଦର୍ଶନ କରାଯାଇ ବେଶ ଆୟ କରାଯାଇପାରୁଛି । ଓଡ଼ିଆ ଚଳଚ଼ିତ୍ର ନିର୍ମାଣର ଆଦ୍ୟ ଅବସ୍ଥାରେ ପ୍ରଯୋଜନାଲାଗି ବିପୁଳ ଆର୍ଥିକ ନିବେଶ ଅଭାବ ଓ ସଂକୁଚ଼ିତ ପ୍ରଦର୍ଶନ ବ୍ୟବସ୍ଥା କାରଣରୁ ଚଳଚ଼ିତ୍ର ନିର୍ମିତ ହୋଇପାରୁନଥିଲା । ସେହି ସମୟରେ ବମ୍ୱେରେ କେନ୍ଦ୍ର ସରକାରଙ୍କ ଫିଲ୍ମସ ଡିଭିଜନରେ ପ୍ରାମାଣିକ ଚଳଚ଼ିତ୍ର ଭାଷ୍ୟକାରରୂପେ କାର୍ଯ୍ୟରତ ଜଣେ ବ୍ରହ୍ମପୁର ବାସିନ୍ଦା ଦୁଇଗୋଟି ଓଡ଼ିଆ ଚଳଚ଼ିତ୍ର ଡବିଂ କରି ପ୍ରଦର୍ଶିତ କରାଇପାରିଥିଲେ । ପରବର୍ତ୍ତୀ ଜୀବନରେ ସେ ‘ସମୟ’ ଓ ‘ସାକ୍ଷୀ ଗୋପୀନାଥ’ ନାମକ ଦୁଇଗୋଟି ପୂର୍ଣ୍ଣାଙ୍ଗ ଓଡ଼ିଆ ଚଳଚ଼ିତ୍ର ସାଙ୍ଗକୁ ଏକ ଡ଼ଜନ ଯାଏଁ ପ୍ରାମାଣିକ ଚଳଚ଼ିତ୍ର ନିର୍ମାଣ କରିଥିଲେ । ବମ୍ୱେରେ ସପରିବାରେ ଅବସ୍ଥାପିତ ଏବଂ ପରଲୋକ ଗମନ କରିଥିବା ଗଣେଶ ମହାପାତ୍ର ଡବିଂ ଓଡ଼ିଆ ଚଳଚ଼ିତ୍ର ନିର୍ମାଣ କ୍ଷେତ୍ରରେ ନିଜର ଅନୁଭୂତି ୧୯୯୪ରେ ପ୍ରକାଶିତ ‘ଓଡ଼ିଆ ଚଳଚ଼ିତ୍ରକୁ ବ୍ରହ୍ମପୁରର ଦାନ’ ଶୀର୍ଷକ ରଚନାରେ ବର୍ଣ୍ଣନା କରିଥିଲେ :
“ଦିଲ୍ଲୀରୁ ବମ୍ୱେ, ମୋର ଲକ୍ଷ୍ୟସ୍ଥଳୀରେ ହାଜର ହେଲି ମୁଁ । ଓଡ଼ିଆ ସିନେମା ପ୍ରାୟ ପ୍ରସ୍ତୁତ ହେଉନଥାଏ । ଯୋଗକୁ ଭାରତ ସରକାରଙ୍କ ଫିଲ୍ମସ ଡିଭିଜନରେ ଭାଷ୍ୟକାର ରୂପେ ମୁଁ ଯୋଗ ଦେଇଥାଏ । ସ୍ଥିର କଲି ଓଡ଼ିଶାରେ ସିନେମା ନେଇ ଜାଗରଣ ସୃଷ୍ଟି ପାଇଁ ହିନ୍ଦୀ ଫିଲ୍ମର ଓଡ଼ିଆ ‘ଡବିଂ’ (ସଂସ୍କରଣ) କରି ଦେଖିବା । ସେଥି ପାଇଁ ଅର୍ଥ କମ ଲାଗୁଥିଲା ଏବଂ ଧରାକୋଟର ଶ୍ରୀ ଅନନ୍ତ ନାରାୟଣ ସିଂହଦେଓ ଏଥିରେ ପୁଞ୍ଜି ଲଗାଣ ପାଇଁ ରାଜି ହୋଇଗଲେ । ଏହି ରକମ ପ୍ରଥମ ଫିଲ୍ମ ‘ଜନ୍ମାଷ୍ଟମୀ’ ୧୯୫୬ ମଧ୍ୟଭାଗରେ ବ୍ରହ୍ମପୁର ବିଜୟା ଟକିଜରେ ମୁକ୍ତିଲାଭ କରିଥିଲା । ଭାରତ ଭୂଷଣ ଓ ନିର୍ମଳା ଅଭିନୀତ କିଶୋର ସାହୁଙ୍କ ଏହି ପୌରାଣିକ ଅବଦାନ ତା’ର ମଧୁର ସଙ୍ଗୀତ ଓ ଦୃଶ୍ୟାବଳୀ ଯୋଗୁଁ ଲୋକପ୍ରିୟତା ହାସଲ କରିଥିଲା । ତେବେ ଧରାକୋଟ ରାଜ ପରିବାର ରାଜନୀତିରେ ପଶିବା ଯୋଗୁଁ ଆଉ ଫିଲ୍ମ ନିର୍ମାଣରେ ମନ ଦେଲେ ନାହିଁ । ପରେ ମୋର ନିଜ ପ୍ରତିଷ୍ଠାନ ବାସନ୍ତୀ କଥାଚ଼ିତ୍ର ଜରିଆରେ ଦ୍ୱିତୀୟ ଓଡ଼ିଆ ‘ଡବିଂ’ ଫିଲ୍ମ ‘ରାମ ବିବାହ’ର ପ୍ରସ୍ତୁତି । ପ୍ରେମ ଅଦିବ ଏବଂ ଶୋଭନା ସମର୍ଥ ଅଭିନୀତ ଏହି ହିନ୍ଦୀ ଫିଲ୍ମର ଓଡ଼ିଆ ସଂସ୍କରଣ ନେଇ ମୁଁ ନିଜେ ପରିବେଷଣ ପାଇଁ ଓଡ଼ିଶା ସାରା ବୁଲି ଯାହା ଦେଖିଲି ଓଡ଼ିଆ ଫିଲ୍ମ ତିଆରି ପାଇଁ ଉପଯୁକ୍ତ ସମୟ ଆସିନଥିଲା । କାରଣ ସେ ସମୟରେ ମାତ୍ର ୫୦ଟି ସିନେମା ଘରୁ କେବଳ ଏକ ଲକ୍ଷ ଟଙ୍କା ଆୟର ସମ୍ଭାବନା ଥିଲା । ସୁତରାଂ ୧୯୫୮ରେ ମୁଁ ପୁଣି ବମ୍ୱେ ଫେରିଆସି ଓଡ଼ିଆ ଫିଲ୍ମ ପରିବର୍ତ୍ତେ ପ୍ରାମାଣିକ ଚ଼ିତ୍ରରେ ମନଦେଲି ।
‘ଜନ୍ମାଷ୍ଟମୀ’ ଓ ‘ରାମ ବିବାହ’ର ମୁକ୍ତି ଆସିକାର ପ୍ରତିଷ୍ଠିତ ଜନସେବକ କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ଶର୍ମାଙ୍କୁ ଫିଲ୍ମ ନିର୍ମାଣ ପ୍ରତି ଆକୃଷ୍ଟ କରିଥିଲା । ସେ ଅବଶ୍ୟ ଓଡ଼ିଶାର ସାଂସ୍କୃତିକ ବିକାଶକୁ ଦୃଷ୍ଟିରେ ରଖି ଫିଲ୍ମ ତିଆରିରେ ମନ ବଳାଇଥିଲେ ।
.... (କବିରାଜଙ୍କ) ଉତ୍କଳ ଚଳଚ଼ିତ୍ର ପ୍ରତିଷ୍ଠାନର ପ୍ରଥମ ଅବଦାନ ‘ମହାଲକ୍ଷ୍ମୀ ପୂଜା’ ଓଡ଼ିଆ ଫିଲ୍ମ ବଜାରକୁ ଗରମ କରିଦେଇଥିଲା । ତା’ର ସଫଳତାରେ ଉତ୍ସାହିତ ହୋଇ ପ୍ରତିଷ୍ଠାନ ତରଫରୁ ଗୋଟାଏପରେ ଗୋଟାଏ ତିନି-ଚାରିଟି ଓଡ଼ିଆ ଫିଲ୍ମ ପ୍ରସ୍ତୁତ କରି ସୁଦ୍ଧା କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ଏହି କ୍ଷେତ୍ରରେ ତିଷ୍ଠି ରହି ପାରିଲେ ନାହିଁ ।
... ଓଡ଼ିଆ ଚଳଚ଼ିତ୍ର ଇତିହାସରେ ବ୍ରହ୍ମପୁର ଉଦ୍ୟୋକ୍ତାମାନଙ୍କ ଦ୍ୱାରା ପ୍ରସ୍ତୁତ ଦୁଇଟି ‘ଡବିଂ’ ଚଳଚ଼ିତ୍ର ଏବଂ ଚାରି ଛ’ଟି ଓଡ଼ିଆ ଚଳଚ଼ିତ୍ର ଯେ ଜାଗରଣ ସୃଷ୍ଟି କରିଥିଲା ଏହା ନିଶ୍ଚିତ ଲିଖିତ ରହିବ । ଉତ୍କଳ ଚଳଚ଼ିତ୍ର ପ୍ରତିଷ୍ଠାନର ଫିଲ୍ମଗୁଡ଼ିକରେ ତାଲିମ ପାଇ ଶରତ ପୂଜାରୀ ପରି କଳାକାର ଏବଂ ଧୀର ବିଶ୍ୱାଳଙ୍କ ପରି ପ୍ରଯୋଜକ ସୃଷ୍ଟି ହୋଇଥିଲେ ।”

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୦ ସେପ୍ଟେମ୍ୱର ୨୦୨୨/ ପୃଷ୍ଠା : ୨)
Photo by Denise Jans on Unsplash
No comments:
Post a Comment