#ବ୍ରହ୍ମପୁର ସହରର ଅତୀତ ସ୍ମୃତି
ସଂବଳିତ ରଚନା ଅଭାବ । ପରଲୋକଗତ ଖ୍ୟାତନାମା ସାଂସ୍କୃତିକ ବ୍ୟକ୍ତିତ୍ୱ ଅଧିବକ୍ତା ବସନ୍ତ କୁମାର
ପାଣିଗ୍ରାହୀ ନିଜ ଆତ୍ମଜୀବନୀ ‘ବିସ୍ମୃତିର ସ୍ମୃତି’ରେ ସ୍ୱାଧୀନତା-ପୂର୍ବ ବ୍ରହ୍ମପୁର
ସଂପର୍କରେ ବର୍ଣ୍ଣନା କରିଥିଲେ । ସେ ମଞ୍ଜୁଷାରେ ଜନ୍ମଗ୍ରହଣ କରିଥିଲେ । ସେଠାରେହିଁ ବିଦ୍ୟାଳୟ ଶିକ୍ଷା ସମାପନ ହୋଇଥିଲା ।
ତାଙ୍କରି ଭଉଣୀ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟବର୍ତ୍ତୀ ଏକ ଗ୍ରାମରେ ବିବାହକରି ବସବାସ କରୁଥାନ୍ତି । ବସନ୍ତ
ବାବୁ ୧୧ ବର୍ଷ ବୟସରେ ୧୯୪୨ ମସିହାରେ ନିଜ ଭଉଣୀଙ୍କ ନିକଟକୁ ଯିବାପାଇଁ ମଞ୍ଜୁଷାରୁ ରେଳ ଯୋଗେ
ବ୍ରହ୍ମପୁର ଆସି ବ୍ରହ୍ମପୁରରୁ ବସ ଯୋଗେ ହିଞ୍ଜିଳିକାଟୁ ଯାତ୍ରା କରିଥିଲେ । ବ୍ରହ୍ମପୁର
ରେଳଷ୍ଟେସନରେ ପହଞ୍ଚିବା ପରେ ବିଜିପୁର ଛକ ଦେଇ ପୁରୁଣା ବସଷ୍ଟାଣ୍ଡରେ ଏବଂ ସେଠାରୁ ବସଯୋଗେ
ଆସିକାରୋଡ଼ ଦେଇ ହିଞ୍ଜିଳିକାଟୁ ଯିବା ଅନୁଭୂତି ତାଙ୍କରି ଆତ୍ମଜୀବନୀରେ ନିମ୍ନମତେ ବର୍ଣ୍ଣିତ :
“ପ୍ରଥମେ ବ୍ରହ୍ମପୁର ଦେଖିଲି ୧୯୪୨-୪୩ ମସିହାରେ ।.... ସେତେବେଳେ ବ୍ରହ୍ମପୁର ସହର ବର୍ତ୍ତମାନ ଭଳି ନଥିଲା । ବହୁ ଛୋଟ ଥିଲା । ବର୍ତ୍ତମାନର ବିଜିପୁର ଛକଠାରୁ ଷ୍ଟେସନ ଯିବା ପାଇଁ ଯେଉଁ ରାସ୍ତାଟି ରହିଛି ତାର ଦକ୍ଷିଣ ପଟେ କୌଣସି ଘର ନଥିଲା । ଗୋସାଣିନୂଆ-ଗାଁ ପର୍ଯ୍ୟନ୍ତ ସବୁ ବିଲ ଥିଲା । ଗୋସାଣିନୂଆ-ଗାଁ ମଧ୍ୟ ମାତ୍ର ଦୁଇଗୋଟି ସାହୀ ଏବଂ ତା’ପରେ ସବୁ ବିଲ । ରେଳଷ୍ଟେସନ ପରେ ଆଉ କିଛି ଜନବସତି ନଥିଲା । କିଛି ଦୂରରେ ଥିଲା ଛୋଟ ଗାଁଟି ଲାଞ୍ଜିପଲ୍ଲୀ । ଏପଟେ କମାପଲ୍ଲୀ ଛକ ପରେ ଆଉ କିଛି ଘର ନଥିଲା । କେତୋଟି ରାଜାଙ୍କ ବଙ୍ଗଳା ଥିଲା । ବ୍ରହ୍ମପୁର ବାରାକ୍ସ ମଇଦାନଠାରୁ ବାହାରିଲେ ଖଲ୍ଲିକୋଟ ମହାବିଦ୍ୟାଳୟ ମଧ୍ୟରେ କେବଳ ଥିଲା ଧରାକୋଟ ବଙ୍ଗଳା, ଚର୍ଚ୍ଚ ଏବଂ ତା’ପଛରେ ସବୁ ବିଲ । ଗୋଟିଏ ସୁଦ୍ଧା ଘର ନଥିଲା । ... ଖଲ୍ଲିକୋଟ ମହାବିଦ୍ୟାଳୟଠାରୁ ବିଜିପୁର ଛକ ଭିତରେ ଦକ୍ଷିଣ ଦିଗରେ ଥିଲା ଦାମୋଦର ସାହୁ ବଙ୍ଗଳା, ଯେଉଁଠି ବର୍ତ୍ତମାନ ଲେଡିଜ ହଷ୍ଟେଲ ଅଛି । ତା’ପରେ ଟ୍ରେନିଙ୍ଗ ସ୍କୁଲ ଏବଂ ତାପରେ ଚର୍ଚ୍ଚ । ତା’ପରେ ମିଶନ ସ୍କୁଲ, ରାମକୃଷ୍ଣ ରଥଙ୍କ ଘର ଏକ ବିରାଟ ବିଲ ମଧ୍ୟରେ । ତା’ପରେ ହିଲପାଟଣାରେ କିଛି ବିକ୍ଷିପ୍ତ ଘର ଏବଂ ତା’ପରେ ରେଳ ଷ୍ଟେସନ, ଦକ୍ଷିଣରେ ସବୁ ବିଲ । ଏପରିକି ଦିନରେ ଯିବାକୁ ଭୟଲାଗେ । ସେଭଳି ସିଟି ହସପିଟାଲଠାରୁ ଆସିକା ରୋଡ଼ରେ ଗଲେ ଦୁଇପଟେ ଖାଲି ବିଲ । ଗୋଟିଏ ସୁଦ୍ଧା ଘର ନଥାଏ । ବହୁ ଦୂରରେ ମ୍ୟୁନସିପାଲ ସ୍କୁଲ ଏବଂ ତା’ଆଗରେ ଶଙ୍କରପୁର ସାହୀ ।
.... ବ୍ରହ୍ମପୁର ନଗରପାଳିକା ଆରମ୍ଭ ହୋଇଥିଲା କେତୋଟି ରାଜସ୍ୱ ଗ୍ରାମକୁ ନେଇ । ସେଗୁଡ଼ିକ ହେଲା ପୁରୁଣା ବ୍ରହ୍ମପୁର, ଶଙ୍କରପୁର, ଭାପୁର, ବିଜିପୁର, ବୈଦ୍ୟନାଥପୁର (କମାପଲ୍ଲୀ) ଓ ଗୋଇଲୁଣ୍ଡି । ୧୯୫୬ ମସିହାରେ ମିଶିଲା ହରିଡ଼ାଖଣ୍ଡି ଓ ଗୋସାଣିନୂଆ-ଗାଁ ।” (ପୃ. ୩୪)
ସେ ଅନ୍ୟତ୍ର ଉଲ୍ଲେଖ କରିଥିଲେ :
“ଖଲ୍ଲିକୋଟ ମହାବିଦ୍ୟାଳୟ ଶତାଧିକ ବର୍ଷର ଅତି ପୁରାତନ ଅନୁଷ୍ଠାନ । ୧୮୫୬ ମସିହାରେ ମାନ୍ଦ୍ରାଜ ସରକାର ବ୍ରହ୍ମପୁରଠାରେ ଗୋଟିଏ ଉଚ୍ଚ ବିଦ୍ୟାଳୟ ସ୍ଥାପନ କରିଥିଲେ । ତାର ନାମ ଥିଲା ‘ଜିଲ୍ଲା ସ୍କୁଲ’ । ଏହି ବିଦ୍ୟାଳୟଟି ୧୮୭୮ ମସିହାରେ ଦ୍ୱିତୀୟସ୍ତରୀୟ ମହାବିଦ୍ୟାଳୟ ରୂପେ ଉନ୍ନୀତ ହୋଇ ୧୮୮୮ ମସିହାରେ ଏକ ଘରୋଇ ସମିତି ଦ୍ୱାରା ପରିଚାଳିତ ହେବା ପାଇଁ ହସ୍ତାନ୍ତର କରାଯାଇଥିଲା । ଏହାକୁ ସେତେବେଳକୁ ‘ନେଟିଭ କଲେଜ’ ବୋଲି କୁହାଯାଉଥିଲା । ବହୁ ଆର୍ଥିକ ଅନାଟନ ମଧ୍ୟରେ ଶିକ୍ଷା ଅନୁଷ୍ଠାନଟି ଗତି କରୁଥିଲାବେଳେ ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜ, ଯେ କି ଓଡ଼ିଆ ଏକତା ଏବଂ ଓଡ଼ିଆ ସଂଗଠନ ବିଷୟ ଚ଼ିନ୍ତାକରି ୧୯୦୧ ମସିହାରେ ରମ୍ଭାଠାରେ ଏକ ଓଡ଼ିଆ ସମାବେଶ କରାଇଥିଲେ, ସେ ଏକ ଲକ୍ଷ ଟଙ୍କା ମହାବିଦ୍ୟାଳୟକୁ ଦାନ କରିବା ହେତୁ କିଛି ପରିମାଣରେ ମହାବିଦ୍ୟାଳୟର ଆର୍ଥିକ ଅବସ୍ଥା ସୁଧିରି ଯାଇଥିଲା । ୧୮୯୩ ମସିହାରୁ ଏହି ମହାବିଦ୍ୟାଳୟକୁ ଖଲ୍ଲିକୋଟ ମହାବିଦ୍ୟାଳୟ ବୋଲି ନାମକରଣ କରାଯାଇଥିଲା ।
ସେତେବେଳେ ମାନ୍ଦ୍ରାଜ ପ୍ରଦେଶସ୍ଥିତ ଗଞ୍ଜାମ ଜିଲ୍ଲାରେ ଖଲ୍ଲିକୋଟ ମହାବିଦ୍ୟାଳୟ ଏକମାତ୍ର ଉଚ୍ଚଶିକ୍ଷା କେନ୍ଦ୍ର ଥିଲା । ବହୁଳଭାବରେ ବସବାସ କରୁଥିବା ଓଡ଼ିଆ ଭାଷାଭାଷୀମାନଙ୍କର ଆର୍ଥିକ ସ୍ୱଚ୍ଛଳତା ନଥିବା ହେତୁ ସେମାନେ ମାନ୍ଦ୍ରାଜ ଯାଇ ଉଚ୍ଚଶିକ୍ଷା ଲାଭ କରିପାରୁ ନଥିଲେ । ବିଶେଷ କରି ଏହି ମହାବିଦ୍ୟାଳୟ ଓଡ଼ିଆମାନଙ୍କୁ ଉଚ୍ଚଶିକ୍ଷା ସେବା ପ୍ରଦାନ କରିପାରିବ ଭାବି ଓଡ଼ିଆପ୍ରେମୀ ରାଜା ହରିହର ମର୍ଦ୍ଦରାଜ ଏହି ଦାନ ଘୋଷଣା କରିଥିଲେ । ତାଙ୍କୁ ଅନୁସରଣ କରି ଗଞ୍ଜାମ ଜିଲ୍ଲାର ରାଜନ୍ୟମଣ୍ଡଳୀ ମଧ୍ୟ କିଛି କିଛି ଅନୁଦାନ ଏହି ମହାବିଦ୍ୟାଳୟକୁ ପ୍ରଦାନ କରିଥିଲେ ।” (ପୃ: ୨୦)

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୩ ସେପ୍ଟେମ୍ୱର ୨୦୨୨/ ପୃଷ୍ଠା : ୨)
No comments:
Post a Comment