#ବ୍ରହ୍ମପୁର ସହରରେ ୧୯୩୯ରୁ ୧୯୮୨
ଯାଏଁ କୌଣସି ଦୈନିକ ସମ୍ୱାଦପତ୍ର ପ୍ରକାଶ ପାଉନଥିଲା । ଏଠାରୁ ୧୯୨୮ରୁ ପ୍ରକାଶିତ ‘ଦୈନିକ ଆଶା’ର ପ୍ରକାଶନ ସ୍ୱତନ୍ତ୍ର
ଓଡ଼ିଶା ପ୍ରଦେଶ ଗଠନ ପରେ ରାଜଧାନୀ କଟକକୁ ୧୯୩୯ରେ ସ୍ଥାନାନ୍ତରିତ ହେବା ପରେ ଦୀର୍ଘ ୪୩ ବର୍ଷ
ଧରି ସ୍ଥାନୀୟ ସମ୍ୱାଦ ଓ ଅଭିମତ ପ୍ରକାଶନ ନିମନ୍ତେ ମଞ୍ଚ ଅଭାବ ଲାଗି ରହିଥିଲା । ୧୯୮୨ରେ ନୂତନ
ମାଲିକାନାରେ ‘ଦୈନିକ ଆଶା’ ପ୍ରକାଶ ଆରମ୍ଭ ହେବା
ଯାଏଁ ବ୍ରହ୍ମପୁରବାସୀ ମୁଖ୍ୟତଃ କଟକ ଓ କୋଲକତାରୁ ପ୍ରକାଶିତ ସମ୍ୱାଦପତ୍ରଗୁଡ଼ିକ ଉପରେ ନିର୍ଭର
କରୁଥିଲେ । କଟକରୁ ସାଂଧ୍ୟ ସଂସ୍କରଣ ରୂପେ ପ୍ରକାଶିତ ସମାଜ, ପ୍ରଜାତନ୍ତ୍ର ଓ ମାତୃଭୂମି
ହାୱାଡ଼ା-ଚ଼େନ୍ନାଇ ମେଲ ଯୋଗେ ସକାଳୁ ସକାଳୁ ବ୍ରହ୍ମପୁର ପହଞ୍ଚିବାପରେ ସହରରେ ବିତରିତ
ହେଉଥିଲା ।
କଟକରୁ ପ୍ରକାଶିତ ସମ୍ୱାଦପତ୍ରଗୁଡ଼ିକ ପକ୍ଷରୁ ବ୍ରହ୍ମପୁରରେ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲାଯାଇନଥିଲା । ସହରରେ ଅବସ୍ଥାପିତ ସାମ୍ୱାଦିକମାନେ ମୁଖ୍ୟତଃ ଡ଼ାକ ଯୋଗେ ସମ୍ୱାଦ ପ୍ରେରଣ କରୁଥିଲେ । ବଡ଼ ଖବର ଗୁଡ଼ିକ ଟେଲିଫୋନ ଯୋଗେ ଡ଼ାକି ଦିଆଯାଉଥିଲା । ଟେଲିଗ୍ରାମ ଯୋଗେ ସମ୍ୱାଦ କ୍ୱଚ଼ିତ ବ୍ୟବହୃତ ହେଉଥିଲା । ଷଷ୍ଠ ଦଶକରେ କଳିଙ୍ଗ ଓ ସପ୍ତମ ଦଶକରୁ ଧରିତ୍ରୀ ଯୋଗ ଦେଇଥିଲେ । ସ୍ୱରାଜ ଓ ଧରିତ୍ରୀ କଟକ ବଦଳରେ ଭୁବନେଶ୍ୱରରୁ ପ୍ରକାଶ ପାଇବାକୁ ଲାଗିଥିଲା । ମୋଟାମୋଟି ଭାବେ ୧୯୭୫ରେ ଜରୁରୀକାଳୀନ ପରିସ୍ଥିତି ଜାରୀ ହେବା ପୂର୍ବରୁ ମୋଟ ସମ୍ୱାଦପତ୍ର ସଂଖ୍ୟା ଏକ ଅଙ୍କ ମଧ୍ୟରେ ସୀମିତ ରହୁଥିଲା ।
କଟକ ସମ୍ୱାଦପତ୍ରଗୁଡ଼ିକ ପକ୍ଷରୁ ବ୍ରହ୍ମପୁରରେ ଅବସ୍ଥାପିତ ସାମ୍ୱାଦିକମାନେ ସ୍ଥାନୀୟ ବାସିନ୍ଦା । ତେବେ ଗଞ୍ଜାମ ଜିଲ୍ଲାରୁ ଆଙ୍ଗୁଠିଗଣିତ ସାମ୍ୱାଦିକ କଟକର ସମ୍ୱାଦପତ୍ର ସମ୍ପାଦକୀୟ ବିଭାଗରେ ଅବସ୍ଥାପିତ ହୋଇଥିଲେ । ‘ସମାଜ’ରେ ରାମଚ଼ନ୍ଦ୍ର ଦାସ ଓ ଶ୍ରୀହର୍ଷ ମିଶ୍ର ସହ-ସମ୍ପାଦକ ଓ ସମ୍ପାଦକ ରୂପେ କାର୍ଯ୍ୟ କରିଥିଲେ । ପିତ୍ତଳର ରାମଚନ୍ଦ୍ର ଦାସ ଯୁବକ ଅବସ୍ଥାରେ ରେଙ୍ଗୁନରେ ହାତଲେଖା ସମ୍ୱାଦପତ୍ର ପ୍ରକାଶ କରୁଥିଲେ । ସେଠାରୁ ଫେରି ଶଶିଭୂଷଣ ରଥଙ୍କ ‘ନିଉ ଓଡ଼ିଶା’ରେ କିଛି ଦିନ କାର୍ଯ୍ୟକରି ‘ସମାଜ’ରେ ଅବସ୍ଥାପିତ ହୋଇଥିଲେ । ସେହିପରି ହିଞ୍ଜିଳିକାଟୁର ଶ୍ରୀହର୍ଷ ମିଶ୍ର ପାରଳାଖେମୁଣ୍ଡିରେ ହାଇସ୍କୁଲ ଛାତ୍ର ଥିବା ସମୟରେ ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରି ଗିରଫ ହୋଇ ରାଜ୍ୟ ବାହାରେ ଜେଲ ଦଣ୍ଡ ଭୋଗିଥିଲେ । ସେଠାରୁ ଖଲାସ ହେବା ପରେ ‘ସମାଜ’ରେ ସାମ୍ୱାଦିକ ଜୀବନ ଆରମ୍ଭ କରିଥିଲେ । ରାଧାନାଥ ରଥ ‘ସମାଜ’ର ସମ୍ପାଦକ ଥାନ୍ତି । ସେ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି ଜେଲ ଯିବା ଓ ସ୍ୱାଧୀନୋତ୍ତର ଓଡ଼ିଶାରେ ମନ୍ତ୍ରୀ ପଦାସୀନ ହେବା ଅବସରରେ ଗଞ୍ଜାମର ଦୁଇଜଣ ସାମ୍ୱାଦିକ ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ । ବରଗଡ଼ର ରଘୁନାଥ ପାଠୀ ଶାସ୍ତ୍ରୀ ଓ ଭଞ୍ଜନଗରର ପ୍ରଫୁଲ ଚନ୍ଦ୍ର ପଟ୍ଟନାୟକ ମଧ୍ୟ ‘ସମାଜ’ର ସମ୍ପାଦନା ବିଭାଗରେ କାର୍ଯ୍ୟକରିଥିଲେ ।
‘ସମାଜ’ରେ ସହ-ସମ୍ପାଦକ ଓ ବାର୍ତ୍ତା-ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରିଥିବା ପ୍ରଫୁଲ ଚନ୍ଦ୍ର ପଟ୍ଟନାୟକଙ୍କ ୯୦ ବର୍ଷ ବୟସରେ ୨୨ ଜୁଲାଇ ୨୦୨୩ରେ କଟକରେ ପରଲୋକ ଘଟିଥିଲା । ସେ ଗୋବରାର ସ୍ୱାଧୀନତା ସଂଗ୍ରାମୀ ବାଞ୍ଛାନିଧି ପଟ୍ଟନାୟକଙ୍କ ପୁତ୍ର । କଲେଜ ଶିକ୍ଷା ପରେ ୧୯୬୧ରେ ‘ସମାଜ’ରେ ସମ୍ପାଦନା ବିଭାଗରେ ଯୋଗ ଦେଇ ବାର୍ତ୍ତା ସମ୍ପାଦକ ଭାବେ ଅବସର ଗ୍ରହଣ କରିବାପରେ ‘ସମ୍ୱାଦ’ରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ କଟକର ମକରବାଗ ସାହିରେ ବାସ କରୁଥିଲେ । ପ୍ରଫୁଲ ଚନ୍ଦ୍ର ପଟ୍ଟନାୟକ ସଂଭବତଃ ଗଞ୍ଜାମ ଜିଲ୍ଲାର ପ୍ରଥମ ଉଚ୍ଚଶିକ୍ଷିତ ବୃତ୍ତିଧାରୀ ସାମ୍ୱାଦିକ ।
ସ୍ୱାଧୀନୋତ୍ତର ଓଡ଼ିଶାରେ ଦୈନିକ ସମ୍ୱାଦପତ୍ରରେ ‘ସମାଜ’ର ଗୁରୁତ୍ୱ ରହି ଆସିଥିଲା । ପ୍ରତ୍ୟେହ ଏକ ମାତ୍ର ସଂସ୍କରଣ, ଅର୍ଥାତ ସମଗ୍ର ଓଡ଼ିଶାର ପାଠକଙ୍କ ନିମନ୍ତେ ହାରାହାରି ଆଠ ପୃଷ୍ଠା ମୁଦ୍ରିତ ସମ୍ୱାଦପତ୍ର ବିତରିତ ହେଉଥିଲା । ଫଳତଃ ଏଥିରେ ପ୍ରକାଶିତ ସମ୍ୱାଦଗୁଡ଼ିକ ରାଜ୍ୟର ସର୍ବତ୍ର ପାଠକଙ୍କ ନିକଟରେ ପହଞ୍ଚିପାରୁଥିଲା । ସମଗ୍ର ରାଜ୍ୟର ଖବରର ଭିଡ଼ରେ ବ୍ରହ୍ମପୁର ଭଳି ଉପାନ୍ତ ସହରର ସ୍ଥାନୀୟ ସମ୍ୱାଦ ପ୍ରକାଶ ଦୁରୁହ ବ୍ୟାପାର ବୋଧ ହେଉଥିଲା । ସାମ୍ୱାଦିକମାନେ ସମ୍ୱାଦ ପ୍ରେରଣ କଲେ ସୁଦ୍ଧା ଅନେକ ସମୟରେ ସ୍ଥାନ ଅଭାବରୁ ପ୍ରକାଶିତ ହୋଇପାରୁ ନଥିଲା । ପ୍ରଫୁଲ ବାବୁ ସମ୍ପାଦନା ଡ଼େସ୍କରେ ବରିଷ୍ଠ ସହ-ସମ୍ପାଦକ ଥିବା ହେତୁ ବ୍ରହ୍ମପୁରର ସାଂସ୍କୃତିକ ସଂଗଠକମାନେ ସମ୍ୱାଦ ଦେଲେ ପ୍ରକାଶନର ବ୍ୟବସ୍ଥା କରୁଥିଲେ । ପ୍ରଫୁଲ ବାବୁଙ୍କ ଅବଦାନ ବ୍ରହ୍ମପୁରରେ ସପ୍ତମ ଓ ଅଷ୍ଟମ ଦଶକରେ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଚାରରେ ଉଲ୍ଲେଖନୀୟ । ଏତଦ୍ୱାରା ବହୁ ସ୍ଥାନୀୟ ସାହିତ୍ୟିକ ଓ କଳାକାର ରାଜ୍ୟସ୍ତରୀୟ ସ୍ୱୀକୃତି ପାଇପାରିଥିଲେ ।
କଟକ ସାମ୍ୱାଦିକ ବର୍ଗରେ ଚିକିଟିର ଗୌରଚନ୍ଦ୍ର ରାଉତ ‘ମାତୃଭୂମି’ର ସମ୍ପାଦକ ଦାୟିତ୍ୱରେ ଥିଲେ । ସେହିପରି ଗୋରାଚାନ୍ଦ ମିଶ୍ର ‘ପ୍ରଜାତନ୍ତ୍ର’, ରାମକୃଷ୍ଣ ବେହେରା ପିଟିଆଇ ଓ ଏନ-କେ-ସ୍ୱାମୀ ୟୁଏନଆଇ, ଟାଇମ୍ସ ଅଫ ଇଣ୍ଡିଆରେ ଅବସ୍ଥାପିତ ଥିଲେ । ବ୍ରହ୍ମପୁରର ଗିରିରୋଡ଼ ନିବାସୀ ଆଇନଜୀବୀ ରାମକୃଷ୍ଣ ରଥଙ୍କ କନ୍ୟା ପଦ୍ମାଳୟା ଦାସ କୋଲକତାରୁ ପ୍ରକାଶିତ ‘ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ’ ଇଂଲିଶ ସମ୍ୱାଦପତ୍ରରେ ‘କଟକ ନୋଟବୁକ’ ଶୀର୍ଷକ ସାପ୍ତାହିକ ସ୍ତମ୍ଭ ଲେଖୁ ଥିଲେ । ସେ ବିବାହ ପରେ କଟକରେ ଅବସ୍ଥାନ କରୁଥିଲେ । ଏମାନଙ୍କ ବ୍ୟତୀତ ଅନ୍ୟ କେତେକ ପ୍ରତିଭା ମଧ୍ୟ ଅନାଲୋଚ଼ିତ ରହିଯାଇଛନ୍ତି ।

Photo by Salomé Guruli on Unsplash
No comments:
Post a Comment