#ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ-ଗାନ୍ଧୀନଗର ଛକ ସଂଯୋଗକାରୀ ନ୍ୟୂ-ବାରାକ୍ସ ରୋଡରେ ରାଜନେତା ସୂର୍ଯ୍ୟ ନାରାୟଣ
ପାତ୍ରଙ୍କ ପୈତୃକ ବାସଗୃହ । ତାଙ୍କରି ପିତା କାଶୀନାଥ ପାତ୍ର ଦେଶ ସ୍ୱାଧୀନତା ହାସଲ କରିବା
କିଛି ବର୍ଷ ପୂର୍ବରୁ ଦିଗପହଣ୍ଡିରୁ ଆସି ସେଠାରେ ସ୍ଥାୟୀ ଭାବେ ବସବାସ ଆରମ୍ଭ କରିଥିଲେ ।
ବାରାକ୍ସ ଗ୍ରାଉଣ୍ଡ ସଂଲଗ୍ନ ଏହି ଏକ ପାଖିଆ ସାହିରେ ପୁରୁଣା ବସଷ୍ଟାଣ୍ଡ ପଟେ ଜ୍ୟୋତି ସିନେମା
ହଲ ଓ ତାକୁ ଲାଗି ପଣ୍ଡା ଇଂଜିନିୟରିଂ ୱାର୍କ୍ସ ଥିଲା । ସିନେମା ହଲ ବର୍ତ୍ତମାନ ଏକ ହୋଟେଲରେ
ପରିବର୍ତ୍ତିତ ହୋଇଛି । ଗାନ୍ଧି ନଗର ସଂପ୍ରସାରିତ ହେବା ପୂର୍ବରୁ ନ୍ୟୂ-ବାରାକ୍ସ ରୋଡ଼ଟି ଅପେକ୍ଷାକୃତ ଭାବେ କମ ଗହଳଚହଳ
ଅନୁଭୂତ ହେଉଥିଲା ।
କାଶୀ ପାତ୍ର କଂଗ୍ରସ କର୍ମୀ । ଖଦୀ ହାଫ ସାର୍ଟ, ଧୋତି ପିନ୍ଧି ସାଇକଲରେ ବୁଲୁଥାନ୍ତି । ଫାୟାର ଷ୍ଟେସନ ରୋଡ଼ରେ ବ୍ରହ୍ମପୁର ପୌରପାଳିକା ପକ୍ଷରୁ ଦୋକାନ ଗୃହ ନିର୍ମାଣ କରି ଭଡ଼ା ଦିଆଯିବା ବେଳେ ସେଥିରୁ ଗୋଟିଏ ନେଇ ଖଦୀ ଦୋକାନ ଓ ‘ସମାଜ’ ସମ୍ୱାଦପତ୍ର ଏଜେନ୍ସି ଚଳାଉଥିଲେ । ବ୍ରହ୍ମପୁରରେ ଖଦୀ ଓ ସମ୍ୱାଦପତ୍ର ପ୍ରସାର ଜୀବନବ୍ୟାପୀ ବୃତ୍ତି ପାଲଟିଥିଲା । ଦେଶ ସ୍ୱାଧୀନତା ହାସଲ କଲାବେଳେ ସମ୍ୱାଦପତ୍ର ସଂଖ୍ୟା ଓ ପ୍ରସାର କମ । ସେହି କାରଣରୁ ଅନ୍ୟାନ୍ୟ ଓଡ଼ିଆ ଓ ଇଂଲିଶ ସମ୍ୱାଦପତ୍ର ତଥା ପତ୍ରପତ୍ରିକା ମଧ୍ୟ ତାଙ୍କୁହିଁ ବ୍ରହ୍ମପୁରରେ ବିତରଣ ଦାୟିତ୍ୱ ଦେଉଥିଲେ । କାଶୀ ପାତ୍ର ଶାନ୍ତ ଓ ଅମାୟିକ ସ୍ୱଭାବର ବ୍ୟକ୍ତି । ସୂର୍ଯ୍ୟ ପାତ୍ର ତାଙ୍କରି ଏକ ମାତ୍ର ପୁତ୍ର ।
ସୂର୍ଯ୍ୟ ପାତ୍ରଙ୍କ ଶୈଶବ, କିଶୋର ଓ ଯୁବାବସ୍ଥା ବ୍ରହ୍ମପୁରରେ କଟିଥିଲା । ୧୯୯୦ରେ ମୋହନା ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ଟିକଟରେ ବିଧାୟକଭାବେ ନିର୍ବାଚିତ ହୋଇ ବିଜୁ ପଟ୍ଟନାୟକ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ । ସେହି ସମୟରୁ ଭୁବନେଶ୍ୱରରେ ସରକାରୀ ବାସଭବନରେ ବସବାସ ଆରମ୍ଭ କରିଥିଲେ । ଲଗାତାର ସାତ ଥର ବିଧାୟକ ନିର୍ବାଚିତ ହୋଇ ୧୫ ବର୍ଷ କାଳ ମନ୍ତ୍ରୀ ପଦବୀରେ ଅବସ୍ଥାପିତ ହେବା ଅବସରରେ ବ୍ରହ୍ମପୁର ସହର ଜୀବନରୁ ଅପସରି ଯାଇଥିଲେ । କିଛି ସମୟ ମଧ୍ୟରେ ନ୍ୟୂ-ବାରାକ୍ସ ରୋଡ଼ ବାସଭବନରେ ବସବାସ କରୁଥିବା ପିତାମାତାଙ୍କୁ ମଧ୍ୟ ଭୁବନେଶ୍ୱର ନେଇ ଯାଇଥିଲେ । ନ୍ୟୂ-ବାରାକ୍ସ ରୋଡ଼ ବାସଭବନ ସୂର୍ଯ୍ୟ ପାତ୍ରଙ୍କ ଦଳୀୟ ରାଜନୀତିକ କାର୍ଯ୍ୟରେ ବ୍ୟବହୃତ ହୋଇଚାଲିଥିଲା ।
ସୂର୍ଯ୍ୟ ପାତ୍ର ୧୯୮୪ରେ ଜନତା ପାର୍ଟି ଓ ୧୯୮୯ରେ ଜନତା ଦଳ ପକ୍ଷରୁ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳରୁ ପ୍ରାର୍ଥୀ ହୋଇଥିଲେ । ସେଠୁ ହିଁ ତାଙ୍କରି ସକ୍ରିୟ ରାଜନୀତିକ ଜୀବନ ଆରମ୍ଭ । ଲୋକସଭା ନିର୍ବାଚନ ନ୍ୟୂ-ବାରାକ୍ସ ରୋଡ଼ ବାସଭବନରୁ ପରିଚାଳିତ ହୋଇଥିଲା । କିନ୍ତୁ ୧୯୯୦ରେ ମୋହନା ବିଧାନସଭା ନିର୍ବାଚନରେ ବିଧାୟକ ଭାବେ ନିର୍ବାଚ଼ିତ ହେବା ପରେ ତାଙ୍କରି ରାଜନୀତିକ କାର୍ଯ୍ୟକଳାପ ମୋହନା ଓ ଦିଗପହଣ୍ଡିକୁ ସ୍ଥାନାନ୍ତରିତ ହେଲା । ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ମୋହନା ଏକ ବିଧାନସଭା ମଣ୍ଡଳୀ ଏବଂ ୨୦୦୯ ଯାଏଁ ଦିଗପହଣ୍ଡି ମୋହନା ବିଧାନସଭା ମଣ୍ଡଳୀର ଅଂଶବିଶେଷ ପରିଗଣିତ ହେଉଥିଲା । ଦିଗପହଣ୍ଡି ୨୦୦୯ ବିଧାନସଭା ନିର୍ବାଚନ ଅବସରରେ ଏକ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀରୂପେ ଗଢି ଉଠିବା ଅବସରରେ ସୂର୍ଯ୍ୟ ପାତ୍ର ମୋହନା ବଦଳରେ ଦିଗପହଣ୍ଡିକୁ ରାଜନୀତିକ କର୍ମଭୂମି ଭାବେ ବାଛି ନେଇଥିଲେ ।
ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବା ପୂର୍ବରୁ ୧୯୭୯ରେ ବ୍ରହ୍ମପୁର ପୌରପାଳିକାର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ଏଥି ପୂର୍ବରୁ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟ ଭାବେ ଚର୍ଚ୍ଚାରେ ରହିଥିଲେ । ଖଲ୍ଲିକୋଟ କଲେଜରେ ବିଜ୍ଞାନ ସ୍ନାତକ ଶ୍ରେଣୀର ଛାତ୍ରାବସ୍ଥାରେ ନାଟ୍ୟ ସଂସଦର ସଂପାଦକ ଭାବେ ନିର୍ବାଚିତ ହୋଇଥିଲେ । ଖଲ୍ଲିକୋଟ କଲେଜ ଛାତ୍ର ଜୀବନରେ ବ୍ରହ୍ମପୁରରେ ଛାତ୍ର ଆନ୍ଦୋଳନ ଲାଗି ରହୁଥିଲା । ଦରଦାମ ବିରୋଧି ଆନ୍ଦୋଳନ, ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆନ୍ଦୋଳନରେ ସେ ସକ୍ରିୟ ଥିଲେ । ଖଲ୍ଲିକୋଟ କଲେଜରୁ ବିଜ୍ଞାନ ଓ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରୁ ଆଇନ ସ୍ନାତକ ଉପାଧି ହାସଲ ପରେ ବ୍ରହ୍ମପୁର ଅଦାଲତରେ ଆଇନଜୀବୀ ହିସାବରେ ଜୀବନ ଆରମ୍ଭ କରିଥିଲେହେଁ ବାପାଙ୍କ ସମ୍ୱାଦପତ୍ର ଏଜେନ୍ସି ଓ ନିଜ ଗଭୀର ନଳକୂପ ଖନନକୁ ବ୍ୟବସାୟ ଭାବେ ଗ୍ରହଣ କରିଥିଲେ । କିଛି ସମୟ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ରାଜନୀତି ବିଜ୍ଞାନ ଶ୍ରେଣୀରେ ନାମ ଲେଖାଇଥିଲେ ।
ସୂର୍ଯ୍ୟ ପାତ୍ର ୧୯୬୫ରୁ ୧୯୯୦ ଯାଏଁ ୨୫ ବର୍ଷ ଧରି ବ୍ରହ୍ମପୁର ସାମାଜିକ ଓ ସାଂସ୍କୃତିକ ଜୀବନରେ ଏକ ଲୋକପ୍ରିୟ ଚେହରା । ବଡ଼ି ସକାଳୁ ହକରମାନଙ୍କ ମଧ୍ୟରେ ସମ୍ୱାଦପତ୍ର ବଣ୍ଟନ ତଦାରଖ କରିବା ପାଇଁ ରେଳ ଷ୍ଟେସନରେ ପହଞ୍ଚିବାଠୁ ସନ୍ଧ୍ୟାରେ ଅଦାଲତରୁ ଫେରିବା ପରେ ଗିରିଜା ହୋଟେଲରେ ଦୋସା ଖାଇ ସାମନା ଟ୍ରାଫିକ ଆଇଲ୍ୟାଣ୍ଡ କଡ଼େ ସହୋଦରଙ୍କ ସହ ଆଳାପ ଆଲୋଚନା ଏବଂ ସପତ୍ନୀକ ସେକେଣ୍ଡ ସୋ’ ସିନେମା ଦେଖା ବ୍ରହ୍ମପୁରୀ ମୌଳିକ ସହରୀ ଜୀବନରେ ମସଗୁଲ ଥିବା ଦେଖିବାକୁ ମିଳୁଥିଲା । ଗଭୀର କୂପ ଖନନ ବ୍ୟବସାୟ ଅବସରରେ ଏକ ନାଲି ରଙ୍ଗର ମାରୁତି ୮୦୦ ବ୍ୟବହାର ଆରମ୍ଭ କରିବା ଯାଏଁ ସ୍କୁଟର ମାରି ସହର ବୁଲୁଥିଲେ । ସମସାମୟିକ ରାଜନୀତିକ କର୍ମୀଙ୍କ ମଧ୍ୟରେ ସେ ପଦପଦବୀ ଅଧିଗ୍ରହଣ ଓ ଅର୍ଥ ଉପାର୍ଜନରେ ଅଗ୍ରଣୀ ରହି ଆସିଥିଲେ । ସୌହାଦ୍ଦ୍ୟପୂର୍ଣ୍ଣ ସମୀକରଣ ତାଙ୍କ ଜୀବନରେ ସଫଳତାର ରହସ୍ୟ ମନେହୁଏ ।
ପରିବର୍ତ୍ତିତ ପରିବେଶରେ ବର୍ଦ୍ଧିତ ଜୀବଦ୍ଦଶାରେ ସୂର୍ଯ୍ୟ ପାତ୍ର ଅପେକ୍ଷାକୃତ କମ ବୟସରେ ପରଲୋକ ଗମନ କଲେ । ତାଙ୍କରି ସମୟର ସହରର ବହୁ ସହଧ୍ୟାୟୀ, ରାଜନୀତିକ, ବ୍ୟାବସାୟିକ ଓ ସାମାଜିକ ସହଯୋଗୀଙ୍କ ପାଇଁ ସ୍ମୃତିପଟରେ ରହିଗଲେ ।

Image by 41330 from Pixabay
No comments:
Post a Comment