#ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟଦକ୍ଷତାକୁ ନେଇ ସହରବାସୀ ଅସନ୍ତୁଷ୍ଟ
। ଜନଜୀବନରେ ପରିବାର ଓ ବୃତ୍ତି ପରକୁ ପାରିପାର୍ଶ୍ୱିକ ପରିବେଷ୍ଟନୀ ପ୍ରଭାବଶାଳୀ । ବାସଗୃହ
ସଂଲଗ୍ନ ରାସ୍ତା, ନାଳନର୍ଦ୍ଦମା, ଆବର୍ଜନା ନିଷ୍କାସନଠାରୁ ଆରମ୍ଭ କରି ବିଭିନ୍ନ ପୌରସେବା
ନିମନ୍ତେ ମହାନଗର ନିଗମ ଉପରେ ନିର୍ଭର କରିବାକୁ ପଡ଼ିଥାଏ । ତେଣୁ ସୁବିଧା ସୁଯୋଗରେ ତୃଟି
ପରିଲକ୍ଷିତ ହେଲେ ମହାନଗର ନିଗମ କର୍ମକର୍ତ୍ତା ସମାଲୋଚ଼ିତ ହୋଇଥାନ୍ତି । ଭାରତ ଭଳି ବିକାଶଶୀଳ,
ଜନବହୁଳ ରାଷ୍ଟ୍ରରେ ସ୍ଥାନୀୟ ପୌର ପ୍ରଶାସନ ବିରୋଧରେ ଅସନ୍ତୋଷ ସର୍ବତ୍ର ଲାଗି ରହିଥାଏ ଏବଂ
ବ୍ରହ୍ମପୁର ସେଥିରୁ ବାଦ ଯାଏ ନାହିଁ ।
ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟଦକ୍ଷତାକୁ ନେଇ ସହରବାସୀ ଅସନ୍ତୁଷ୍ଟ ହେବାର ବିଭିନ୍ନ କାରଣ ଚର୍ଚ୍ଚିତ । ସମାଲୋଚ଼ନା ସାଧାରଣ କଥୋପକଥନଠାରୁ ଆରମ୍ଭ କରି ଗଣମାଧ୍ୟମ ପରିସର ଯାଏଁ ଲମ୍ୱି ଥାଏ । ଏହି ଭିଡ଼ରେ ପୌର ସେବା ସମୀକ୍ଷାର ବୈଧୀକରଣ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଲୁଚି ଯାଏ । ଅର୍ଥାତ, ପୌରସେବାର ଗୁଣବତ୍ତାକୁ ନେଇ ଗଠନମୂଳକ ସମୀକ୍ଷାର ଅଭାବ । ସହରରେ କେଉଁ ନାଳ ନର୍ଦ୍ଦମା ନିୟମିତ ସଫା ହେଉ ନାହିଁ, ସେ ସଂପର୍କରେ ଅଭିଯୋଗ କଲେ ପୌର ପ୍ରଶାସନ ପକ୍ଷରୁ କିଭଳି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉଛି ଏବଂ ଏହି ସମସ୍ୟା ପାଇଁ କିଏ ଉତ୍ତରଦାୟୀ ସେ ସଂପର୍କରେ ସାର୍ବଜନୀନ ବିଜ୍ଞପ୍ତି ଅଭାବ । ଅଧିକାଂଶ କ୍ଷେତ୍ରରେ ସହରବାସୀ ଅସନ୍ତୋଷ ପ୍ରକାଶ କରନ୍ତି, ସ୍ଥଳବିଶେଷରେ ଉଚ୍ଚବାଚ ବା ବିକ୍ଷୋଭ ପ୍ରଦର୍ଶନ ହୁଏ ଏବଂ ତାହା ଖୁବ କମ ସମୟରେ ସ୍ୱାଭାବିକଭାବେ ଶାନ୍ତ ପଡ଼ିଥାଏ । ଅଭିଯୋଗ, ବିକ୍ଷୋଭ ଓ କାର୍ଯ୍ୟାନୁଷ୍ଠାନର ବିବରଣୀ ଦପ୍ତର ଦଲିଲ ପୃଷ୍ଠାକୁ ଯାଏ ନାହିଁ । ଫଳରେ ଏଭଳି ଅଭିଯୋଗ ମୀମାଂସାରେ ଦୀର୍ଘକାଳୀନ ପ୍ରଭାବ ଅଭାବ ପରିଲକ୍ଷିତ ।
ବ୍ରହ୍ମପୁର ପୌରପାଳିକା ୧୮୬୭ରେ ଗଠିତ ହୋଇ ୨୦୦୮ରେ ମହାନଗର ନିଗମର ମାନ୍ୟତା ପାଇଥିଲା । କୁହାଯାଏ ଯେ ରାଜ୍ୟ ସରକାରଙ୍କ କର୍ମଚାରୀ ନିଯୁକ୍ତି ମାନଦଣ୍ଡ ଅନୁଯାୟୀ ମହାନଗର ନିଗମରେ ୧୩୨ ଜଣ କର୍ମଚାରୀ ନିଯୁକ୍ତ ହେବା କଥା । କିନ୍ତୁ ବାସ୍ତବକ୍ଷେତ୍ରରେ ମାତ୍ର ୪୨ ଜଣ କର୍ମଚାରୀ କାର୍ଯ୍ୟରତ । ପ୍ରତିବର୍ଷ ବୟସାଧିକ କାରଣରୁ ଦୁଇରୁ ତିନି ଜଣ କର୍ମଚାରୀ ଅବସର ନେଉଛନ୍ତି । ଫଳରେ ନିୟମିତ କର୍ମଚାରୀ ସଂଖ୍ୟା କମି କମି ଚାଲିଛି । ପୌର ପ୍ରଶାସନର ବହୁ କାର୍ଯ୍ୟ ଘରୋଇ ସଂସ୍ଥା ଦ୍ୱାରା ମନୋନୀତ ଠିକା କର୍ମଚାରୀଙ୍କ ମାର୍ଫତରେ ଚାଲିଛି । ସରକାରଙ୍କ ଆର୍ଥିକ ସ୍ଥିତି ଓ ନିଯୁକ୍ତି ନୀତି କାରଣରୁ ନିୟମିତ କର୍ମଚାରୀ ନିଯୁକ୍ତ ହୋଇପାରୁ ନାହାନ୍ତି ଏବଂ ଠିକା କର୍ମଚାରୀ ପୌରସେବା କାର୍ଯ୍ୟଭାର ସଂଭାଳୁଛନ୍ତି । ଏହି ପ୍ରସଙ୍ଗରେ ଆପତ୍ତି ମୂଲ୍ୟହୀନ । କିନ୍ତୁ ଏତାଦୃଶ ପରିବେଶରେ ଉପୁଜୁଥିବା ସମସ୍ୟା ସମାଧାନ ନିମନ୍ତେ ବିଚାରବିମର୍ଷ ଉପଯୋଗୀ ।
ପ୍ରଥମତଃ, ଠିକା କର୍ମଚାରୀମାନେ ସ୍ଥାୟୀତ୍ୱ ଅଭାବରୁ ନିୟୋଜିତ କାର୍ଯ୍ୟରେ ଦକ୍ଷତା ହାସଲରେ ପଛୁଆ ରହିବେ । ଉପରିସ୍ଥ ନିୟମିତ ନିଯୁକ୍ତ କର୍ମଚାରୀମାନେ ଠିକା କର୍ମଚାରୀଙ୍କ କାର୍ଯ୍ୟାବଳୀ ତତ୍ତ୍ୱାବଧାନ କରିଥାନ୍ତି । କିନ୍ତୁ ବାସ୍ତବ କାର୍ଯ୍ୟକ୍ଷେତ୍ରରେ ସେବା କିପରି ଯୋଗାଇ ଦିଆଯାଉଛି, ତାହା ନାଗରିକଙ୍କ ପକ୍ଷରୁ ପ୍ରତିକ୍ରିୟା ସ୍ୱଚ୍ଛ ପ୍ରଣାଳୀରେ ସାର୍ବଜନୀନସ୍ତରରେ ପ୍ରକାଶିତ ହୋଇପାରିଲେ ପ୍ରକୃତ ଗଣସମୀକ୍ଷା ସଂଭବପର ହୋଇପାରନ୍ତା । ପ୍ରଚଳିତ ବ୍ୟବସ୍ଥାରେ ଜନସାଧାରଣ ମହାନଗର ନିଗମ ୱେବସାଇଟରେ ଅଭିଯୋଗ ଦାଖଲ କରିପାରିବେ, କିନ୍ତୁ ତାହା ଦୃଶ୍ୟମାନ ହେବ ନାହିଁ କିମ୍ୱା କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ତାହା ଅଭିଯୋଗକାରୀ କିମ୍ୱା ସର୍ବସାଧାରଣଙ୍କୁ ଜାଣିବାକୁ ମିଳିବ ନାହିଁ । ଏହି ବ୍ୟବସ୍ଥା ଗଣସମୀକ୍ଷା ବିରୋଧୀ ଏବଂ ଏଥିରେ ନାଗରିକମାନେ ଆଗ୍ରହ ପ୍ରକାଶ କରନ୍ତି ନାହିଁ ।
ସେହିପରି ବହୁ ୱାର୍ଡର ସଫେଇ କାର୍ଯ୍ୟ ଘରୋଇକରଣ ହୋଇଛି । ସଫେଇ କ୍ଷେତ୍ରରେ ଭୂଲଭଟ୍ଟକା ଅଭିଯୋଗ ସାର୍ବଜନୀନ ହୋଇପାରିଲେ କର୍ତ୍ତୃପକ୍ଷଙ୍କ ପକ୍ଷେ ତୃଟି ସମାଧାନ ସହଜ ହୋଇପାରନ୍ତା । କିନ୍ତୁ ଏଦିଗରେ ମଧ୍ୟ ପୂର୍ବୋକ୍ତ ଢଙ୍ଗରେ ବ୍ୟବସ୍ଥା ଅଭାବ ।
ସମ୍ୱାଦପତ୍ରରେ ପ୍ରକାଶିତ ବିବରଣୀ ଅନୁଯାୟୀ ବ୍ରହ୍ମପୁର ପୌର ନିଗମରେ ତିନିଜଣ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଜଣେ ଉପ-କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଦୁଇ ଜଣ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଦୁଇ ଜଣ ସରକାରୀ ଯନ୍ତ୍ରୀ ଓ ସାତ ଜଣ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟରତ । ସହରସାରା ନିର୍ମାଣ କାର୍ଯ୍ୟ ଅଧାପନ୍ତରାରେ ପଡ଼ିଥିବା ହେତୁ ବିନାକାରଣରେ ଜନଜୀବନରେ ଅସୁବିଧା ଲାଗି ରହୁଛି । କେଉଁ ନିର୍ମାଣ କାର୍ଯ୍ୟ କେଉଁ ଯନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ହେଉଛି ଏବଂ ବିଳମ୍ୱ ପାଇଁ ସେ କେଉଁ କାରଣ ଦର୍ଶାଉଛନ୍ତି ତାହା ଅନଲାଇନରେ ସାର୍ବଜନୀନ ହେଲେ ଅସୁବିଧା କ’ଣ ? ସ୍ୱଚ୍ଛତା ହିଁ କାର୍ଯ୍ୟଦକ୍ଷତା ବଢ଼ାଇବ ।
ପୌର ସେବାର ସମୀକ୍ଷା ନାଗରିକ ସମାଜ କରିବା ଉଚ଼ିତ । ରାଜନୀତିକ ଦଳଙ୍କ ସ୍ୱରରେ ଆନ୍ତରିକତା ରହେ ନାହିଁ ଏବଂ ସଭା, ଶୋଭାଯାତ୍ରା ଓ ବିକ୍ଷୋଭ ପରେ ମୂଳ ସମସ୍ୟାକୁ ଭୁଲିଯାଆନ୍ତି । ନାଗରିକ ସମାଜ ଅର୍ଥ ପ୍ରତି ସାହିରେ ବସବାସ କରୁଥିବା କିଛି ଆଗ୍ରହୀ ବାସିନ୍ଦାଙ୍କ ମିଳିତ ଉଦ୍ୟମକୁ ବୁଝାଇପାରେ । ସେମାନଙ୍କ ଲିଖିତ ଅଭିଯୋଗ ଓ ସୋସିଆଲ ମିଡ଼ିଆ ପୋଷ୍ଟ ପୌରସେବାର ଦକ୍ଷତା ବୃଦ୍ଧିରେ ସହାୟକ ହେବା ବିଶ୍ୱାସଯୋଗ୍ୟ ।

Image by Gerd Altmann from Pixabay
No comments:
Post a Comment