#ବ୍ରହ୍ମପୁର ସମେତ ଦକ୍ଷିଣ
ଓଡ଼ିଶାର ଆସିକା, ଭଞ୍ଜନଗର, ଜୟପୁର, ରାୟଗଡ଼ା ସହର ଏବଂ ଛଅ ଗୋଟି ବିଦ୍ୟୁତ ସର୍କଲରେ ବିଦ୍ୟୁତ
ବିତରଣ ଭାର ରାଜ୍ୟ ସରକାର ଓ ଟାଟା ପାୱାର ଯୌଥ ଉଦ୍ୟୋଗ ‘ଟାଟା ପାୱାର ସଦର୍ଣ୍ଣ
ଓଡ଼ିଶା ଡ଼ିଷ୍ଟ୍ରିବ୍ୟୁସନ ଲିମିଟେଡ଼’ ଜାନୁୟାରୀ ୨୦୨୧ରୁ ଗ୍ରହଣ କରିଛି । ବ୍ରହ୍ମପୁର
ସହରାଞ୍ଚଳରେ ୩୧୮ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ବିଦ୍ୟୁତ ସରବରାହ ନିମନ୍ତେ ୪୦ ରୁ
ଉର୍ଦ୍ଧ୍ୱ ୧୧ କେଭି ଫିଡ଼ର ଓ ୧୪୦୦ରୁ ଉର୍ଦ୍ଧ୍ୱ ଟ୍ରାନ୍ସଫରମର ସ୍ଥାପିତ ହୋଇଥିବା ଜଣାଯାଏ । ସହରସାରା
ଲମ୍ୱିଥିବା ରାସ୍ତାଗୁଡ଼ିକର ପାର୍ଶ୍ୱରେ ବିଦ୍ୟୁତ ଖୁଣ୍ଟ ସ୍ଥାପିତ ଏବଂ ସେଠାରୁ ଏକ ଲକ୍ଷ ୧୮
ହଜାର ଉପଭୋକ୍ତାଙ୍କୁ ତାର ଟାଣି ବିଦ୍ୟୁତ ସଂଯୋଗ ଦିଆଯାଇଥାଏ । ବ୍ରହ୍ମପୁରରେ ବିଦ୍ୟୁତ ଖୁଣ୍ଟ,
ଟ୍ରାନ୍ସଫରମର ଓ ବିଦ୍ୟୁତ ଖୁଣ୍ଟରୁ ଉପଭୋକ୍ତାଙ୍କ ବାସଗୃହ ବା ପ୍ରତିଷ୍ଠାନକୁ ଟଣା ଯାଇଥିବା
ତାର ଅବ୍ୟବସ୍ଥିତ ଅବସ୍ଥାରେ ପଡ଼ିରହିଆସିଛି । ଏହି ସମସ୍ୟାର ଦୁଇଗୋଟି କାରଣ ଚ଼ିହ୍ନଟ କରାଯାଇପାରେ
। ପ୍ରଥମତଃ, ବିଦ୍ୟୁତ ବିତରଣ ଦାୟିତ୍ୱ ନିର୍ବାହରେ ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ଅତୀତରେ
ଗଠିତ ସଂସ୍ଥାଗୁଡ଼ିକର ଖାମଖିଆଲି ଦାୟିତ୍ୱହୀନ ମନୋଭାବ ଏବ ଦ୍ୱିତୀୟରେ ବାତ୍ୟାପ୍ରବଣ
ବ୍ରହ୍ମପୁର ପ୍ରତିଟି ତୋଫାନରେ ବିଦ୍ୟୁତ ବିତରଣ ଭିତ୍ତିଭୂମିର କ୍ରମାଗତ କ୍ଷତି । ରାଜ୍ୟ ସରକାର
ବିଦ୍ୟୁତ ବିତରଣ ପ୍ରକ୍ରିୟାରେ ଅସହାୟ ବୋଧକରି ୨୦୨୦ ଡ଼ିସେମ୍ୱର ମାସରେ ଟାଟା ପାୱାର ଭଳି ଏକ
ଘରୋଇ କମ୍ପାନୀକୁ ସମସ୍ତ ଭିତ୍ତିଭୂମି ପରିଚାଳନା ଭାର ହସ୍ତାନ୍ତର କଲେ । ବ୍ରହ୍ମପୁରବାସୀ
ଭାବିଥିଲେ ଜାତୀୟସ୍ତରର ଏକ ବଡ଼ କମ୍ପାନୀ ଦାୟିତ୍ୱ ଗ୍ରହଣ ପରେ ଅବସ୍ଥାରେ ସୁଧାର ଆସିବ । ତେବେ
ଦୁଇ ବର୍ଷ ବିତି ଗଲାଣି ବର୍ଷସାରା ସବୁ ଋତୁରେ ବାରମ୍ୱାର ବିଦ୍ୟୁତ କାଟ କଥା କୁହନ୍ତୁ ବା
ରାସ୍ତାଘାଟରେ ଅସଜଡ଼ା ବିଦ୍ୟୁତ ଖୁଣ୍ଟ, ଟ୍ରାନ୍ସଫରମର ଓ ତାରମୟ ଆକାଶ କୌଣସିଟିରେ ପରିବର୍ତ୍ତନ
ଆସିପାରି ନାହିଁ ।
କୁହାଯାଉଛି ଭିତ୍ତିଭୂମି ସଜଡ଼ା ଚାଲିଛି । ସହରାଞ୍ଚଳରେ ପୂର୍ବରୁ ସ୍ଥାପିତ ରାସ୍ତା ଅବରୋଧ କରୁଥିବା ବିଦ୍ୟୁତ ଖୁଣ୍ଟ ଓ ଟ୍ରାନ୍ସଫରମରଗୁଡ଼ିକୁ ଅପେକ୍ଷାକୃତ ସୁରକ୍ଷିତ ସ୍ଥାନକୁ ବଦଳାଇବା ନିମନ୍ତେ ଖର୍ଚ୍ଚ ସ୍ଥାନୀୟ ପୌରନିଗମ ବହନ କରିବା ନିୟମ ରହିଛି । ତେବେ ବ୍ରହ୍ମପୁର ପୌର ନିଗମ ପାଖେ ଅର୍ଥ ଅଭାବ । ସ୍ଥାନୀୟ ବିଧାୟକ ଏହି ସମସ୍ୟା ନେଇ ବିଧାନସଭାରେ ପ୍ରଶ୍ନ ପଚାରିଥିଲେ । ନିକଟରେ ଶକ୍ତି ମନ୍ତ୍ରୀଙ୍କୁ ଏକ ପ୍ରତିନିଧି ଦଳ ସହ ସାକ୍ଷାତ କରି ନଅ କୋଟି ଟଙ୍କା ଏହି କାର୍ଯ୍ୟଲାଗି ବ୍ରହ୍ମପୁର ପୌର ନିଗମକୁ ମଞ୍ଜୁର ପ୍ରତିଶୃତି ପାଇ ଫେରିଛନ୍ତି । ସେହି ଅର୍ଥ ଆସିଲେ ଟାଟା ପାୱାର ରାସ୍ତାଘାଟରେ ବିଦ୍ୟୁତ ତାର ସଜାଡ଼ିବା ଆଶା କରାଯାଇପାରେ ।
ବ୍ରହ୍ମପୁର ପୌର ନିଗମ ‘ବିଇଏମସି’ ଓ ଟାଟା ପାୱାର ସହରରେ ବିଦ୍ୟୁତ ଭିତ୍ତିଭୂମି ସଜାଡ଼ିବା ବିଚାର ବିମର୍ଷ କରିବା ଲାଗି ୭ ନଭେମ୍ୱର ୨୦୨୩ରେ ପୌର ନିଗମ ପ୍ରାଙ୍ଗଣ ସମ୍ମିଳନୀ କକ୍ଷରେ ଏକ ସମନ୍ୱୟ ବୈଠକରେ ଏକତ୍ରୀତ ହୋଇଥିଲେ । ଟାଟା ପାୱାର ସିଇଓ କହିଲେ ଯେ ସହରାଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମି ସଜାଡ଼ିବାଲାଗି ୬୯ କୋଟି ଟଙ୍କା ଆବଶ୍ୟକ । ଏ ସଂପର୍କରେ ରାଜ୍ୟ ଶକ୍ତି ବିଭାଗଠାରେ ବିସ୍ତୃତ ବିବରଣୀ ଉପସ୍ଥାପିତ କରାଯାଇଛି । ବାସ, କଥା ସେଠି ଅଟକିଲା । ଟଙ୍କା ଆସିଲେ କାମ ହେବ ।
ବିଇଏମସି-ଟାଟା ପାୱାର ସମନ୍ୱୟ ବୈଠକରେ ବିନା ଖର୍ଚ୍ଚରେ ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ଦ୍ୱାରା ସମ୍ଭବ ହେବା ଗୋଟିଏ ପ୍ରସ୍ତାବ ବିଚାର କରାଯାଇପାରିଥାନ୍ତା । ବ୍ରହ୍ମପୁର ସହର ସାରା ବିଦ୍ୟୁତ ଖୁଣ୍ଟଗୁଡ଼ିକରେ କେବଲ ଟେଲିଭିଜନ ଓ ଇଣ୍ଟରନେଟ ସେବା ଲାଗି ଘରୋଇ ପ୍ରତିଷ୍ଠାନ ମାଳମାଳ ତାର ଟାଣିଥିଲେ । ପରିବର୍ତ୍ତିତ ପରିବେଶରେ ସେଭଳି ତିନି ଚ଼ତୁର୍ଥାଂଶ ବ୍ୟବସାୟ ବନ୍ଦ ହୋଇଗଲାଣି । ଫଳରେ ଅଲୋଡ଼ା ତାରଗୁଡ଼ିକ ଇତଃସ୍ତତଃ ପଡ଼ି ରହିଛି । ମାଙ୍କଡ଼ ପଲ ପହଞ୍ଚି ସେହି ଅବ୍ୟବସ୍ଥାକୁ ଆହୁରି ବିଗାଡି ଦେଉଛନ୍ତି । ସ୍ଥାନୀୟ ସମ୍ୱାଦପତ୍ର ଓ ସୋସିଆଲ ମିଡ଼ିଆରେ ୧୨ ନଭେମ୍ୱର ଓ ୧୯ ନଭେମ୍ୱର ୨୦୨୨ ତଥା ୧୩ ଫେବୃୟାରୀ ୨୦୨୧ରେ ଏହି ସମସ୍ୟା ଉପସ୍ଥାପନ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଗଣମାଧ୍ୟମରେ ରର୍ଚ୍ଚା ହୋଇଛି । ନିୟମ ଅନୁଯାୟୀ ସହରାଞ୍ଚଳରେ ବିଦ୍ୟୁତ ଖୁଣ୍ଟ ସ୍ଥାପନଲାଗି ବିଦ୍ୟୁତ ବିତରଣ ସଂସ୍ଥା ପୌରନିଗମର ଅନୁମତି ନେଇ ଧାର୍ଯ୍ୟ ଭଡ଼ା ଦେବା କଥା । ସେହିପରି ବିଦ୍ୟୁତ ଖୁଣ୍ଟରେ ତୃତୀୟ ପକ୍ଷ ତାର ଟାଣିବା ଲାଗି ଉଭୟଙ୍କ ଅନୁମତି ଓ ଦେୟ ଦେବା କଥା । ବ୍ରହ୍ମପୁର ସହରର ରାସ୍ତାଘାଟ ସୌନ୍ଦର୍ଯ୍ୟ ହାନୀରେ ଅସଜଡ଼ା ଅଲୋଡା ତାର ହଟାଇବା ଉଭୟ ବିଇଏମସି ଓ ଟାଟା ପାୱାରର କାର୍ଯ୍ୟ ପରିସରଭୁକ୍ତ ଥିବା ସ୍ଥଳେ ଜନସାଧାରଣଙ୍କ ଦାବୀ ସତ୍ତ୍ୱେ ସମନ୍ୱୟ ବୈଠକରେ ଆଲୋଚ଼ନା ଯୋଗ୍ୟ ନୁହେଁ କି ?

Image by Angelo Esslinger from Pixabay
No comments:
Post a Comment