#ବ୍ରହ୍ମପୁର ସହରରେ
ନିର୍ମାଣଧୀନ ତିନିଗୋଟି ପ୍ରକଳ୍ପ-ଗଞ୍ଜାମ ହାଟ, ଜଗନ୍ନାଥପୁର-ରତନପୁର ୫୯ ନମ୍ୱର ଜାତୀୟ
ରାଜପଥ ବାଇପାସ ଓ ରଙ୍ଗେଇଲୁଣ୍ଡା ବିମାନ ବନ୍ଦର ସଂପୂର୍ଣ୍ଣ ହେବା ତାରିଖ ଘୁଞ୍ଚି ଘୁଞ୍ଚି
ଚାଲିଛି । ବିଭିନ୍ନ କାରଣରୁ ନିର୍ମାଣ କାମ କଚ୍ଛପ ଗତିରେ ଚାଲିଥିବାରୁ ସମାଲୋଚନା ଶୁଣିବାକୁ
ମିଳେ । ତେବେ
ପ୍ରକଳ୍ପ ଆରମ୍ଭ ହୋଇଛି ଯେତେବେଳେ ନିଶ୍ଚୟ ଯେ ଦିନେ ସଂପୂର୍ଣ୍ଣ ହେବ, ସେହି ଆଶ୍ୱସନାରେ ସହରବାସୀ ଆଶ୍ୱସ୍ତ !
ଆସିକା ରୋଡ଼-କର୍ପୋରେସନ ରୋଡ଼ ସମ୍ମୁଖରେ ‘ଗଞ୍ଜାମ ହାଟ’ ନାମିତ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ‘ବିଡ଼ିଏ’ ପକ୍ଷରୁ ଏକ ମାର୍କଟ କମ୍ପ୍ଳେକ୍ସ ନିର୍ମାଣ କରାଯାଉଛି । ବିଂଶ ଶତାଦ୍ଦୀର ଷଷ୍ଠ ଦଶକ ସୁଦ୍ଧା ସେଠାରେ ‘ଛତର ବନ୍ଧ’ ନାମରେ ଏକ ବୃହତ ଜଳାଶୟ ଥିଲା । ହୁଏତ ୧୮୬୫ ନଅଙ୍କ ଦୁର୍ଭିକ୍ଷ କାଳରେ ଏହି ବନ୍ଧ ହୁଡାରେ ମରୁଡ଼ି ପ୍ରପୀଡ଼ିତଙ୍କ ପାଇଁ ଦାତବ୍ୟ ଖାଦ୍ୟ ବିତରଣ ‘ଛତ୍ର’ ଖୋଲା ଯାଇଥିଲା । ନଚ଼େତ କାମ ପାଇଁ ଖାଦ୍ୟ ଯୋଜନାରେ ବନ୍ଧ ଖନନ ହୋଇଥିଲା । ‘ଛତର’ ବନ୍ଧ ସାମନାରେ ହାଟପଦାରେ ‘ତାମେୟା ବନ୍ଧ’ ଅନ୍ୟ ଏକ ବୃହତ ଜଳାଶୟ । ବ୍ରହ୍ମପୁର ଉନ୍ନୟନ ପ୍ରଥମ ପାଦରେ ବିଡିଏ ଦୁଇ ଜଳାଶୟ ପୋତି ପାର୍କ ଓ ତା ସାମନାରେ ମାର୍କେଟ କମ୍ପ୍ଳେକ୍ସ ନିର୍ମାଣ କରୁଛି । କିଛି ଦିନ ମଧ୍ୟରେ ଏହି ଅଞ୍ଚଳ ସହରର ଅନ୍ୟତମ ଆକର୍ଷଣର କେନ୍ଦ୍ର ପାଲଟିବ । ବ୍ରହ୍ମପୁର ଯେହେତୁ ଏକ ବାଣିଜ୍ୟ ପେଣ୍ଠ ଭାବେ ଗଢ଼ି ଉଠିଥିଲା, ବିଡ଼ିଏ ହୁଏତ ସହରର ମାର୍ମିକ ମୂଲ୍ୟବୋଧ ପ୍ରତି ସମ୍ନାନ ପ୍ରଦାନ କରିଛି !
‘ଗଞ୍ଜାମ ହାଟ’ ଛଅ ଏକର ପୋତା ଯାଇଥିବା ଜଳାଶୟ ଜମିରେ ୭୦ ହଜାର ବର୍ଗଫୁଟରେ ୧୧୭ ଗୋଟି ଦୋକାନ ଗୃହ ନିର୍ମାଣ କରୁଛି । ଏଗୁଡ଼ିକ ପ୍ରତ୍ୟେକ ୨୫ ଲକ୍ଷରୁ ୭୦ ଲକ୍ଷ ଟଙ୍କା ନିଲାମରେ ମାର୍କେଟ କମ୍ପ୍ଳେକ୍ସ ନିର୍ମାଣ କାମ ଆରମ୍ଭ ପୂର୍ବରୁ ବିକ୍ରୀ ସରିଛି । ନିର୍ମାଣ ବ୍ୟୟ ୩୬ କୋଟି ଟଙ୍କା ଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ୪୩ କୋଟିକୁ ବୃଦ୍ଧି ପାଇଛି । ଦୀର୍ଘ ଦିନର ବାଦପ୍ରତିବାଦରେ ନିର୍ମିତ ଏହି ମାର୍କେଟ କମ୍ପ୍ଳେକ୍ସ ମାର୍ଚ୍ଚ ୨୦୨୪ରେ ଆରମ୍ଭ ହେବ ବୋଲି କୁହାଯାଉଛି ।
ବ୍ରହ୍ମପୁର ଦେଇ ରାୟପୁର-ଗୋପାଳପୁର ୫୯ ନମ୍ୱର ରାଜପଥ ୧୬ କିଲୋମିଟର ଲମ୍ୱିଛି । ହିଞ୍ଜିଳିକାଟୁ ପଟୁ ବ୍ରହ୍ମପୁର ପ୍ରବେଶ ପୂର୍ବରୁ ରତନପୁରଠାରୁ ବ୍ରହ୍ମପୁର ସୀମା ଶେଷରେ ଜଗନ୍ନାଥପୁରରେ ଚ଼େନ୍ନାଇ-କୋଲକତା ୧୬ ନମ୍ୱର ରାଜପଥକୁ ସଂଯୋଗ କରି ଏକ ବାଇପାସ ନିର୍ମାଣ ନିମନ୍ତେ ୨୦୨୧ରେ ୧୯୬ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ବିଭାଗ ପକ୍ଷରୁ ମଞ୍ଜୁର କରାଯାଇଥିଲା । ଟେଣ୍ଡର ନେଇଥିବା ସଂସ୍ଥା ୧୦୭ କୋଟି ଟଙ୍କାରେ ରାସ୍ତା ନିର୍ମାଣ କରୁଛି । ଏହି କାମ ମାର୍ଚ୍ଚ ୨୦୨୪ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ବିଭିନ୍ନ କାରଣରୁ କାମ ଆଶାନୁରୂପ ଅଗ୍ରଗତି କରିପାରିନଥିବା ହେତୁ ଅଧିକା ବର୍ଷେ ମାର୍ଚ୍ଚ ୨୦୨୫ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ବୋଲି କୁହାଯାଉଛି । ଡ଼ିସେମ୍ୱର ୨୦୨୩ ସୁଦ୍ଧା ଛଅ କିଲୋମିଟର ମାଟି ରାସ୍ତା କାମ ସରିଥିବା ଶୁଣିବାକୁ ମିଳୁଛି । ବାଇପାସ ପାଇଁ ନରେନ୍ଦ୍ରପୁର ଓ ଟାଟା କଲୋନୀ ନିକଟରେ ଦୁଇଗୋଟି ରେଳୱେ ଓଭରବ୍ରିଜ ନିର୍ମାଣ କରାଯିବ । କିନ୍ତୁ ଏହି କାମ ଆରମ୍ଭ ହୋଇନି ।
ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ସଂପ୍ରସାରଣ ନିମନ୍ତେ ୩୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ନିର୍ମାଣ କାର୍ଯ୍ୟ ପାଇଁ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ତିନିଥର ଟେଣ୍ଡର ପ୍ରକାଶିତ ହେବା ପରେ ଜଣେ ମାତ୍ର ଠିକା ସଂସ୍ଥା ଆଗ୍ରହ ପ୍ରକାଶ କରିଥିଲେ । ତେବେ ବିଭିନ୍ନ କାରଣରୁ କାମ ଆରମ୍ଭ ହୋଇପାରୁ ନାହିଁ । ମାର୍ଚ୍ଚ ୨୦୨୩ରୁ ‘ଇଣ୍ଡିଆ ୱାନ’ ବିମାନ ପରିବହନ ସଂସ୍ଥା ପକ୍ଷରୁ ସପ୍ତାହରେ ଦୁଇ ଦିନ ବୁଧବାର ଓ ରବିବାର ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡା ଓ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ଏକ ନଅ ସିଟ ବିଶିଷ୍ଟ ବିମାନ ଯାତ୍ରା କରୁଛି । ବିମାନ ଯାତ୍ରା ଭଡ଼ା ଡ଼ିସେମ୍ୱର ମାସରେ ୧୦୫୦ ଟଙ୍କା ନିର୍ଦ୍ଧାରିତ ହୋଇଥିଲା । ତେବେ ଅଧିକାଂଶ ଦିନ ପୂର୍ଣ୍ଣ ସଂଖ୍ୟକ ଯାତ୍ରୀ ହେଉନଥିବା କୁହାଯାଉଛି । ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ସଂପ୍ରସାରଣପରେ ଏଠାରେ ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ‘ଏୟାରପୋର୍ଟ’ ସ୍ଥାପନ ଲକ୍ଷ୍ୟ ରହିଛି । ମୁଖ୍ୟତଃ ଗୋପାଳପୁର ଶିଳ୍ପ ପାର୍କରେ ଗଢ଼ି ଉଠୁଥିବା କଳକାରଖାନା କର୍ମକର୍ତ୍ତା ଓ ବେଳାଭୂମି ପର୍ଯ୍ୟଟକ ବିମାନ ସେବା ଗ୍ରହଣ କରିବା ଆଶା କରାଯାଉଥିବା ସ୍ଥଳେ ବାସ୍ତବତାରେ ପ୍ରତିଫଳିତ ହୋଇପାରୁ ନାହିଁ । ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ବ୍ରହ୍ମପୁରଠାରୁ ଭୁବନେଶ୍ୱର ୧୬ ନମ୍ୱର ଜାତୀୟ ରାଜପଥରେ ୧୬୫ କିଲୋମିଟର ରାସ୍ତା ତିନି ଘଣ୍ଟାରେ ପହଞ୍ଚି ହେଉଛି । ଏହି ପରିପ୍ରେକ୍ଷୀରେ ‘ଇଣ୍ଡିଆ ୱାନ’ ବିମାନ ସେବା କେତେଦିନ ବଳବତ୍ତର ରହିବ ତାହବି ଏକ ପ୍ରଶ୍ନବାଚ଼ୀ !

Image by Dimitris Vetsikas from Pixabay
No comments:
Post a Comment