ସ୍ୱତନ୍ତ୍ର
ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ ବାଣିଜ୍ୟ ପେଣ୍ଠଭାବେ ପ୍ରସିଦ୍ଧି ଲାଭ କରିଥିବା #ବ୍ରହ୍ମପୁର ୧୯୩୬ରେ ଓଡ଼ିଶା ପ୍ରଦେଶରେ ସାମିଲ ହେବା
ପରେ ଦକ୍ଷିଣାଞ୍ଚଳ ପ୍ରଶାସନିକ କେନ୍ଦ୍ର ରୂପେ ଗୁରୁତ୍ୱଲାଭ କଲା । ପାରମ୍ପରିକଭାବେ
ଦ୍ୱି-ବାର୍ଷିକ ଠାକୁରାଣୀ ଯାତ୍ରା ଓ ସହରରେ ବିଛୁରିତ ମଠ ମନ୍ଦିରଗୁଡ଼ିକରେ ଆୟୋଜିତ ଧାର୍ମିକ
ଉତ୍ସବରେ ଯୋଗଦେବା ନିମନ୍ତେ ଗଞ୍ଜାମ ଓ ପଡ଼ୋଶୀ ଜିଲ୍ଲାରୁ ପର୍ଯ୍ୟଟକ ବ୍ରହ୍ମପୁର ଆସୁଥିଲେ ।
କିନ୍ତୁ ସରକାରୀ ଦପ୍ତରମାନ ସ୍ଥାପିତ ହେବା ପରେ କ୍ରମବିକଶିତ ପ୍ରଶାସନିକ, ଶିକ୍ଷା, ସ୍ୱାସ୍ଥ୍ୟ
ଓ ମନୋରଞ୍ଜନ ବିଭିନ୍ନ ସେବା ଗ୍ରହଣ ଲାଗି ସମଗ୍ର ଦକ୍ଷିଣ ଓଡ଼ିଶାବାସୀଙ୍କ ବ୍ରହ୍ମପୁର ଯିବା ଆସିବା
ଲାଗି ରହିଲା । ଏହା ଆଭ୍ୟନ୍ତରୀଣ ପର୍ଯ୍ୟଟନ ବିକାଶରେ ସହାୟକ ହେଲା ଏବଂ ସହରରେ ଆନୁସଙ୍ଗିକ
ବ୍ୟବସ୍ଥାମାନ ଗଢ଼ି ଉଠିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ଅବସରରେ ବନ୍ଦର ବନ୍ଦ ହୋଇଯିବାପରେ
ଗୋପାଳପୁର ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଥିଲା । ବିଂଶ ଶତାଦ୍ଦୀର ଶେଷ ଦଶକରେ ଜଗତୀକରଣ
ପ୍ରଭାବରେ ପର୍ଯ୍ୟଟନକୁ ସରକାରୀ ସ୍ତରରେ ପ୍ରୋତ୍ସାହିତ କରିବା ଅବସରରେ ୨୨ ଗୋଟି ବ୍ଳକ ବିଶିଷ୍ଟ
ଗଞ୍ଜାମ ଜିଲ୍ଲାରେ ୨୨ ଗୋଟି ପର୍ଯ୍ୟଟନସ୍ଥଳୀ ଚ଼ିହ୍ନଟ କରାଯାଇଥିଲା । ଫଳରେ ବିଗତ ତିନି ଦଶକ
ଧରି ଦେଶ ଓ ରାଜ୍ୟରେ ପର୍ଯ୍ୟଟନ ବିକାଶ ସହ ସ୍ଥାନୀୟ ପର୍ଯ୍ୟଟନ ମଧ୍ୟ ସାମିଲ ହୋଇଛି । ଗଞ୍ଜାମ
ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟକ ଆଗମନ କାଳରେ ଊଣାଅଧିକେ ବ୍ରହ୍ମପୁର ସହର
ଉପରେ ନିର୍ଭର କରିଥାନ୍ତି ।
ସାଧାରଣରେ ଗୋପାଳପୁରରେ ଡ଼ିସେମ୍ୱର-ଜାନୁୟାରୀରେ ପର୍ଯ୍ୟଟକଙ୍କ ଭିଡ଼ ଜମେ । ଅତୀତରେ ଭାରତର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକଙ୍କ ସହ ବିଦେଶୀ ମଧ୍ୟ ଯୋଡ଼ି ହେଉଥିଲେ । ତେବେ କୋଭିଡ଼ ମହାମାରୀରେ ବିଦେଶୀ ପର୍ଯ୍ୟଟକ ସଂଖ୍ୟା ନଗଣ୍ୟ ହୋଇପଡ଼ିଥିଲା । ସରକାରୀ ହିସାବ ଅନୁଯାୟୀ ୨୦୨୦ରୁ ୨୨ ଅର୍ଥାତ କୋଭିଡ଼ କଟକଣା ସମୟରେ ଜିଲ୍ଲାକୁ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ଆସିଥିଲେ । ସେମାନଙ୍କ ମଧ୍ୟରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୨୦୨୦ରେ ୩୧୬ ଥିବା ସ୍ଥଳେ ୨୦୨୧ରେ ୧୦ ଏବଂ ୨୦୨୨ରେ ପାଞ୍ଚକୁ ଖସି ଆସିଥିଲା । ବିଦେଶୀ ପର୍ଯ୍ୟଟକମାନେ ମୁଖ୍ୟତଃ ଗୋପାଳପୁର, ରମ୍ଭା, ତପ୍ତପାଣି ଓ ବ୍ରହ୍ମପୁର ପରିଦର୍ଶନ କରିଥାନ୍ତି ।
ଅବଶ୍ୟ ୨୦୨୩ରେ ଓଡ଼ିଶାକୁ ରାଜ୍ୟସ୍ତରରେ ବିଦେଶୀ ପର୍ଯ୍ୟଟକ ବୃଦ୍ଧି ପାଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ସୂତ୍ରକୁ ଉଦ୍ଧାର କରି କୁହାଯାଇଛି ଯେ ୨୦୨୧ରେ ରାଜ୍ୟକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୭୮୮ ଓ ୨୦୨୨ରେ ୧୦,୩୪୬ ଥିବା ସ୍ଥଳେ ୨୦୨୩ରେ ଜାନୁୟାରୀରୁ ସେପ୍ଟେମ୍ୱର ନଅ ମାସରେ ପ୍ରାୟ ତିରିଶି ହଜାର ପହଞ୍ଚିଥିଲା । ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ବ୍ରିଟେନ, ଆମେରିକା, ଫ୍ରାନ୍ସ, ଇଟାଲୀ, ଜାପାନ, ଜର୍ମାନୀ, ଆଷ୍ଟ୍ରେଲିଆ, ନେଦରଲ୍ୟାଣ୍ଡସ, ସ୍ୱିଜରଲ୍ୟାଣ୍ଡ ଓ ଦକ୍ଷିଣ କୋରିଆର ପର୍ଯ୍ୟଟକ ସାମିଲ ଥିବା କୁହାଯାଉଛି । ଏହି ଅଭିବୃଦ୍ଧିରେ ଗୋପାଳପୁର ଓ ବ୍ରହ୍ମପୁରର ତଥ୍ୟ ଉଲ୍ଲେଖ କରାଯାଇନଥିଲା ।
ଆଧୁନିକ ପରିବେଶରେ ପର୍ଯ୍ୟଟନ ବିକାଶ ନିମନ୍ତେ ଲକ୍ଷ୍ୟଭିତ୍ତିକ ଦୀର୍ଘସୂତ୍ରୀ ଯୋଜନା କାର୍ଯ୍ୟକାରୀ କରିବା ଆବଶ୍ୟକ । ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ସାମଗ୍ରିକଭାବେ ରାଜ୍ୟସ୍ତରରେ ପର୍ଯ୍ୟଟନ ବିକାଶ ନିମନ୍ତେ ଉଦ୍ୟମ କରିବେ । ତେବେ ବ୍ରହ୍ମପୁର, ଗୋପାଳପୁରକୁ ରାଷ୍ଟ୍ରୀୟ ତଥା ଆନ୍ତର୍ଜାତିକସ୍ତରରେ ପରିଚ଼ିତ କରିବା ଦାୟିତ୍ୱ କିଏ ବହନ କରିବ ତାହା ଏକ ବଡ଼ ପ୍ରଶ୍ନ । ବିଦେଶରେ ସ୍ଥାନୀୟ ପୌରପାଳିକା ଓ ପର୍ଯ୍ୟଟନକେନ୍ଦ୍ରୀକ ବ୍ୟାବସାୟିକ ସଂଗଠନଗୁଡ଼ିକ ଏ ଦିଗରେ ତତ୍ପରତା ପ୍ରକାଶ କରିଥାନ୍ତି । ପର୍ଯ୍ୟଟନ ବିକାଶରେ ସ୍ଥାନୀୟ ଜନସାଧାରଣ ଲାଭବାନ ହୁଅନ୍ତି । ପର୍ଯ୍ୟଟନ ବିକାଶକୁ ଜନକଲ୍ୟାଣ କାର୍ଯ୍ୟ ବିଚାର କରି ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକ ମଧ୍ୟ କାର୍ଯ୍ୟ କରନ୍ତି । ବ୍ରହ୍ମପୁରର ବହୁ ଉଦୀୟମାନ ଯୁବକ ଯୁବତୀ ସାମୟିକ ଭାବେ ସ୍ୱେଚ୍ଛାସେବୀରୂପେ ନିଜକୁ ଗଢ଼ିତୋଳିବାକୁ ଉଦ୍ୟମରତ । ଏମାନଙ୍କ ମଧ୍ୟରୁ ପର୍ଯ୍ୟଟନରେ ଋଚି ରଖୁଥିବା କେତେ ଜଣ ଏଦିଗରେ ଯୋଜନାବଦ୍ଧ ଉଦ୍ୟମ କଲେ ଆଶାନୁରୂପ ଫଳ ମିଳିପାରିବ ।
ଗଞ୍ଜାମ ପର୍ଯ୍ୟଟନ ବିକାଶ ନିମନ୍ତେ ଦୀର୍ଘସୂତ୍ରୀ ଯୋଜନା ଅଭାବ ମୁଖ୍ୟ ସମସ୍ୟା । ଉଦାହରଣରେ ଗୋପାଳପୁର ବେଳାଭୂମି ମହୋତ୍ସବ ‘ଗୋପାଳପୁର ବିଚ଼ ଫେଷ୍ଟିଭାଲ’ ବିଚାର୍ଯ୍ୟ । ବିଂଶ ଶତାଦ୍ଦୀର ଶେଷ ପାଦରେ ଗୋପାଳପୁରରେ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା ନିମନ୍ତେ ଜମି ଅଧିଗ୍ରହଣ କରାଯାଇଥିଲା । ସ୍ଥାନୀୟ ବାସିନ୍ଦା ଏହାର ପ୍ରତିରୋଧ କରିଥିଲେ ଏବଂ ଦୀର୍ଘ ସମୟ ଧରି ଅଶାନ୍ତ ପରିବେଶ ଲାଗି ରହିଥିଲା । ଜନ-ଆକ୍ରୋଶ ପ୍ରଶମିତ କରିବା ଉଦ୍ଦେଶ୍ୟରେ ଇସ୍ପାତ ପ୍ରକଳ୍ପର ଲୋକସଂପର୍କ ବିଭାଗ ପକ୍ଷରୁ ଡ଼ିସେମ୍ୱର ଶେଷ ସପ୍ତାହରେ ବିଚ଼ ଫେଷ୍ଟିଭାଲ ଆୟୋଜନ କରାଯାଇଥିଲା । ଜନି ଲିଭରଙ୍କ ଭଳି ବଲିଉଡ଼ କଳାକାର ଏଥିରେ ଯୋଗ ଦେଇ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । ତେବେ ବିଭିନ୍ନ କାରଣରୁ ଇସ୍ପାତ ପ୍ରକଳ୍ପ ବନ୍ଦ ହୋଇଯିବା ଯୋଗୁଁ ବିଚ଼ ଫେଷ୍ଟିଭାଲ ମଧ୍ୟ ବନ୍ଦ ରହିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ବାର୍ଷିକ ସାଂସ୍କୃତିକ ଉତ୍ସବ ଆୟୋଜନ କରାଯାଉଥିଲା । ଗଞ୍ଜାମର ସାଂସ୍କୃତିକ ଉତ୍ସବ ‘ସୁରଭି’ ଛତ୍ରପୁର ଓ ବ୍ରହ୍ମପୁରରେ ଥରେ ଅଧେ ଅନୁଷ୍ଠିତ ହୋଇ ବନ୍ଦ ହୋଇଯାଇଥିଲା । ବ୍ରହ୍ମପୁର ପୁସ୍ତକ ମେଳା ସମିତିରେ କେତେକ ସଦସ୍ୟ ତତ୍କାଳୀନ ଜିଲ୍ଲାପାଳଙ୍କୁ ଜିଲ୍ଲାସ୍ତରୀୟ ଉତ୍ସବଟି ଗୋପାଳପୁରରେ ଆୟୋଜନ ନିମନ୍ତେ ପ୍ରସ୍ତାବ ଦେଲେ । ତାହା ବେଳାଭୂମି ଉତ୍ସବ ଆକାରରେ କାର୍ଯ୍ୟକାରୀ ହେଲା । ଫଳତଃ ଇସ୍ପାତ ପ୍ରକଳ୍ପ ହାତରୁ ଉତ୍ସବ ଆୟୋଜନ ଭାର ଜିଲ୍ଲା ପ୍ରଶାସନ ନିକଟକୁ ଗଲା । ଗତ ବର୍ଷ ୨୦୨୨ରେ ଡ଼ିସେମ୍ୱର ୨୪ରୁ ୨୮ ପାଞ୍ଚ ଦିନ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ବେଳାଭୂମି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଦୁଇ ବର୍ଷ କୋଭିଡ଼ କାରଣରୁ ବନ୍ଦ ରହିବା ପୂର୍ବରୁ ୨୦୧୯ରେ ମଧ୍ୟ ଅନୁରୂପ ପାଞ୍ଚ ଦିବସୀୟ ଉତ୍ସବ ସ୍ଥାନୀୟ ବିଧାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଗୋପାଳପୁର ବେଳାଭୂମି ମହୋତ୍ସବ ଏକ ମେଳାର ଭ୍ରମ ସୃଷ୍ଟି କରିଥାଏ । ଏଥିସହ ପର୍ଯ୍ୟଟନ ବିକାଶର ସୂତ୍ର ଖୋଜି ପାଇହୁଏନା । ଏହି ଅବ୍ୟବସ୍ଥାକୁ ସଜାଡ଼ିବା ସମୟ ଉପନୀତ ନୁହେଁ କି ?

Image by PublicDomainPictures from Pixabay
No comments:
Post a Comment