ମହାମାରୀରେ ଜୀବନ, ଜୀବନଯାତ୍ରା ଓ ଜୀବିକା
ବିଶ୍ୱବ୍ୟାପୀ ବିପନ୍ନ ହୋଇପଡ଼ିଛି । ସେଥିରୁ #ବ୍ରହ୍ମପୁର ବି ବାଦ ପଡ଼ିନାହିଁ । ବୈଜ୍ଞାନିକ ଅନୁସନ୍ଧାନରୁ
ଜଣାଯାଏ ଯେ ‘ସାର୍ସ-କରୋନା-୨’ ଭୂତାଣୁ ଖୁବ
କମ ସମୟ ମଧ୍ୟରେ ବହୁ ଲୋକଙ୍କୁ ସଂକ୍ରମିତ କରିପାରେ ଏବଂ ଖୁବ ଶୀଘ୍ର ସ୍ୱାସ୍ଥ୍ୟାବସ୍ଥାରେ ବ୍ୟାପକ
ଅବନତି ଘଟାଇ ପାରେ । ଆମ ରାଜ୍ୟରେ ରୋଗାକ୍ରାନ୍ତଙ୍କ ମଧ୍ୟରେ ମୃତ୍ୟୁହାର ପ୍ରାୟ ଏକ ପ୍ରତିଶତରେ
ସୀମିତ ରହୁଥିଲେ ହେଁ ଚ଼ିକିତ୍ସା ନିମନ୍ତେ ନିର୍ଦ୍ଦିଷ୍ଟ ଔଷଧ ଓ ପ୍ରତିଷେଧକ ଅଭାବ ଜନସମାଜରେ
ଆତଙ୍କ ଖେଳାଇ ଦେଇଛି ।
ଭୂତାଣୁ ସଂକ୍ରମଣ ଭୟରେ ଜୀବନ ବିପନ୍ନ
ହୋଇପଡ଼ିଥିବା ସ୍ଥଳେ ଭୂତାଣୁ ପ୍ରସାର ରୋକିବା ନିମନ୍ତେ ଜନପଦ ବନ୍ଦ ଲକଡ଼ାଉନ-ସଟଡ଼ାଉନ ମାସ
ମାସ ଧରି ବଳବତ୍ତର ରହିବା ହେତୁ ଜୀବିକାର୍ଜନ ଏବଂ ତାହାରି ପ୍ରଭାବରେ ଜୀବନଯାତ୍ରା ମଧ୍ୟ
ବିପନ୍ନ ହୋଇପଡୁଛି । ଜୁଲାଇ ମାସ ମଧ୍ୟଭାଗ ସୁଦ୍ଧା ରାଜ୍ୟର ମୋଟ ସଂକ୍ରମିତଙ୍କ ମଧ୍ୟରୁ ଏକ
ତୃତୀୟାଂଶ ଗଞ୍ଜାମ ଜିଲ୍ଲା ଭାଗରେ ପଡୁଥିବା ସ୍ଥଳେ ୬୦ ପ୍ରତିଶତ ରୋଗାକ୍ରାନ୍ତ ସୁସ୍ଥ ହୋଇଥିବା,
୩୯ ପ୍ରତିଶତ ଚିକିତ୍ସାଧୀନ ତଥା ଏକ ପ୍ରତିଶତ ମୃତ ହିସାବ କରାଯାଇଥିଲା । ବ୍ରହ୍ମପୁର ସହରରେ
ବିଚ୍ଛୁରିତ ଭାବେ ବିଭିନ୍ନ ସାହୀରୁ ହଜାରେ ପଜିଟିଉଭ ଚ଼ିହ୍ନଟ ହୋଇଥିଲେ । ଏହି ପରିବେଶରେ କେହି
ସଂକ୍ରମିତ ହେଲେ ଚିକିତ୍ସା ନିମନ୍ତେ ସୁବିଧା ସୁଯୋଗର ବିଶଦ ବିବରଣୀ ଗୁରୁତ୍ୱ ବହନ କରିଥାଏ ।
ମହାମାରୀରେ ସାଧାରଣ
ରୋଗ ଚିକିତ୍ସା ନିମନ୍ତେ ହସପିଟାଲକୁ ଯିବା ପାଇଁ ବାରଣ କରାଯାଇ ଆସୁଛି । ତେବେ ଦୀର୍ଘ ଦିନ
ଧରି ଜରୁରୀ ପରିସ୍ଥିତିରେ ସୁଧାର ନ ଆସିଥିବା ସ୍ଥଳେ ହସପିଟାଲଗୁଡ଼ିକ ପକ୍ଷରୁ ‘ଟେଲି
ମେଡ଼ିସିନ’ ସେବା ଆରମ୍ଭ କରାଯାଇଛି । ଏହି ପଦ୍ଧତିରେ ରୋଗୀମାନେ
ଡ଼ାକ୍ତରଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା ହୋଇ ଚ଼ିକିତ୍ସା ସଂପର୍କୀତ ପରାମର୍ଶ ଗ୍ରହଣ
କରିପାରିବେ । ବ୍ରହ୍ମପୁର ମେଡ଼ିକାଲ କଲେଜ ପକ୍ଷରୁ ଏହି ସେବା ନିମନ୍ତେ ଛଅ ଗୋଟି ଟେଲିଫୋନ
ନମ୍ୱର ଜାରୀ କରାଯାଇଛି : ୭୦୬୪୫ ୮୮୦୭୦, ୮୨୬୦୭ ୨୭୧୭୧, ୭୮୧୫୦
୭୦୦୯୮, ୭୮୧୫୦ ୭୪୧୪୪, ୭୮୧୫୦ ୬୩୪୩୬ ଓ ୭୮୧୫୦ ୭୬୬୧୩ । ଏହି ସେବା ସକାଳ ୯ ରୁ ସନ୍ଧ୍ୟା ୫
ଯାଏଁ ଉପଲବ୍ଧ ।
ଭୁବନେଶ୍ୱର ଏମସ ପକ୍ଷରୁ ବିଭିନ୍ନ ବିଭାଗରେ
ଡ଼ାକ୍ତରମାନଙ୍କ ସହ ଟେଲିଫୋନରେ ଯୋଗାଯୋଗ କରିବା ନିମନ୍ତେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ
ମେଡ଼ିସନ : ୮୨୮୦୩ ୪୬୬୨୧, ସର୍ଜରୀ : ୮୨୮୦୩ ୪୬୬୨୬, ସ୍ତ୍ରୀରୋଗ : ୮୨୮୦୩ ୪୬୬୪୨, ଶିଶୁରୋଗ : ୮୨୮୦୩ ୪୬୬୫୭, ଚର୍ମ : ୮୨୮୦୩ ୪୬୬୦୮, ନାସା-ଗଳା-କର୍ଣ୍ଣ : ୮୨୮୦୩ ୪୬୬୧୩, ହୃଦରୋଗ
: ୮୨୮୦୩ ୪୬୬୮୬, ଅସ୍ଥିଶଲ୍ୟ : ୮୨୮୦୩
୪୬୬୪୮, ଶ୍ୱାସ : ୮୨୮୦୩ ୪୬୬୬୩, ମୁତ୍ରରୋଗ : ୮୨୮୦୩ ୪୬୬୭୫, ମାନସିକ ରୋଗ : ୮୨୮୦୩ ୪୬୬୬୦ ଓ କୋଭିଡ଼-୧୯
ସଂପର୍କରେ ୮୨୮୦୩ ୪୬୬୧୬ ନମ୍ୱର କାର୍ଯ୍ୟକ୍ଷମ ଥିବା ଜଣାଯାଏ ।
‘କୋଭିଡ଼-୧୯’ ପରିଚାଳନା ସଂପର୍କୀତ
ଗଞ୍ଜାମ ଜିଲ୍ଲା ସ୍ତରରେ ହେଲପ ଲାଇନ ୯୪୩୭୫ ୬୩୮୦୦ ଏବଂ ଉପଖଣ୍ଡ ‘ସବ-ଡିଭିଜନାଲ’
ସ୍ତରରେ ହେଲପଲାଇନ ୮୨୬୦୬ ୬୫୭୫୫ ସମର୍ପିତ । ବ୍ରହ୍ମପୁର ପୌର ନିଗମର
ହେଲପଲାଇନ ୦୬୮୦-୨୨୫୦୨୯୦ । ବ୍ରହ୍ମପୁର ପୋଲିସ ଏସ.ପି.ଙ୍କୁ ୯୪୩୮୯ ୧୬୬୭୦, ଟାଉନ ଥାନା ପୋଲିସ
୯୪୩୮୯ ୧୬୬୮୨ ଓ ଟ୍ରାଫିକ ପୋଲିସ ୯୪୩୮୯ ୧୬୬୮୪ ଟେଲିଫୋନ ମାଧ୍ୟମରେ ଦୃଷ୍ଟି ଆକର୍ଷଣ
କରାଯାଇପାରିବ । ସହର ସୀମା ଅତିକ୍ରମ କରି ଅନ୍ୟତ୍ର ଯିବା ଆସିବା ନିମନ୍ତେ ଇ-ପାସ ନିମନ୍ତେ
ପୋଲିସ ସହ ୧୦୦ ନମ୍ୱରରେ ଯୋଗାଯୋଗ ସ୍ଥାପନ ଆବଶ୍ୟକ । ସେହିପରି ଚ଼ିକିତ୍ସା ସଂପର୍କୀତ ଘରୋଇ ଚ଼ିକିତ୍ସାଳୟ ବିରୋଧରେ ଅଭିଯୋଗ ମଧ୍ୟ ୧୦୦
ମାଧ୍ୟମରେ ପୋଲିସର ଦୃଷ୍ଟିକୁ ଆଣିବାଲାଗି ସରକାରୀଭାବେ କୁହାଯାଇଛି ।
‘କୋଭିଡ଼-୧୯’ ଚ଼ିକିତ୍ସା ସଂପର୍କରେ
ରାଜ୍ୟସ୍ତରୀୟ କଲସେଣ୍ଟର ୧୦୪, ଜାତୀୟସ୍ତରୀୟ କଲସେଣ୍ଟର ୧୦୭୫, ସିଟି ହସପିଟାଲ ୮୨୬୦୯ ୩୪୫୦୪,
ଶୀତଳାପଲ୍ଲୀ ସ୍ଥିତ ଟାଟା ମେଡ଼ିକାଲ ହସପିଟାଲ ୭୦୦୮୩ ୦୧୯୯୫, ୯୪୩୭୨ ୫୯୮୧୩ ଏବଂ ଗଞ୍ଜାମ
ଜିଲ୍ଲାସ୍ତରୀୟ କଲସେଣ୍ଟର ୮୧୧୮୦ ୬୬୩୭୦ କାର୍ଯ୍ୟ କରୁଥିବା ଜଣାଯାଏ । କୌଣସି ବ୍ୟକ୍ତି କରୋନା
ଭୂତାଣୁ ସଂକ୍ରମିତ ହେବା ଅନୁଭବ କଲେ କିମ୍ୱା ଲକ୍ଷଣ ପ୍ରକାଶ ପାଇଲେ ଏହି ଟେଲିଫୋନ
ନମ୍ୱରଗୁଡ଼ିକ ସହ ସଂପର୍କ ସ୍ଥାପନ କରି ଚ଼ିକିତ୍ସାର ବ୍ୟବସ୍ଥା କରିପାରିବେ ।
ଉପର ଲିଖିତ ଟେଲିଫୋନ ନମ୍ୱରଗୁଡ଼ିକ
ମୁଖ୍ୟତଃ ସୋସିଆଲ ମିଡ଼ିଆରୁ ସଂକଳିତ ହୋଇଥିବା ସ୍ଥଳେ ତୃଟି ରହି ଯାଇଥାଇପାରେ କିମ୍ୱା
ପରବର୍ତ୍ତୀ କାଳରେ ନମ୍ୱର ବଦଳି ଯାଇଥାଇପାରେ । ଆବଶ୍ୟକସ୍ଥଳେ ପାଠକମାନେ ସଂଶୋଧନ କରିନେବା
ଉଚିତ । ଏହି ଭଳି ଟେଲିଫୋନ ନମ୍ୱରଗୁଡ଼ିକ ଜରୁରୀ ପରିସ୍ଥିତିରେ ବ୍ୟବହାର ସଂଭାବନା ଥିବା ହେତୁ
ପୂର୍ବରୁ ସଜାଡ଼ି ରଖିଲେ ଠିକ୍ ସମୟରେ କାର୍ଯ୍ୟରେ ଆସିପାରେ ।
ବ୍ରହ୍ମପୁରରେ ସଂକ୍ରମିତଙ୍କ ସଂଖ୍ୟା
ବୃଦ୍ଧିର ବହୁ କାରଣ ଚ଼ିହ୍ନଟ କରାଯାଇପାରେ । ପ୍ରଥମତଃ, ‘ସାର୍ସ-କରୋନା-୨’ ଭୂତାଣୁ ସଂକ୍ରମଣର ପ୍ରତିରୋଧ କରିବା ନିମନ୍ତେ ଯେଉଁ ମାତ୍ରାରେ ସାବଧାନତା ଆବଶ୍ୟକ
ତାହା ହୁଏତ ନଗରବାସୀଙ୍କ ପକ୍ଷେ ସଂଭବପର ହୋଇପାରିଲା ନାହିଁ । ସମସ୍ତେ କରୋନା ସଂପର୍କରେ ଅବଗତ,
କିନ୍ତୁ ଗୁରୁତ୍ୱ ଉପଲବ୍ଧି କରିପାରିଲେ ନାହିଁ । ମନୁଷ୍ୟ କେଶର ୧/୮୦
ପରିମିତ ଏହି ଭୂତାଣୁ ଅଦୃଶ୍ୟ ଏବଂ ଶ୍ୱାସ, କଥାବାର୍ତ୍ତାରେ ଯେ ବ୍ୟାପିପାରେ ତାହା ଅବୁଝା
ରହିଗଲା । ଭିଡ଼କୁ ନଯିବା, ବ୍ୟକ୍ତିବ୍ୟକ୍ତିଙ୍କ ମଧ୍ୟରେ ଶାରୀରିକ ଦୂରତ୍ୱରକ୍ଷା ଓ ମାସ୍କ
ପିନ୍ଧିବା ଭଳି ଅଭ୍ୟାସ ଏଯାଏଁ ଦୈନନ୍ଦିନ ଜୀବନରେ ପ୍ରତିଫଳିତ ହୋଇପାରିନି । ବର୍ଷେ ଦେଢ଼ ବର୍ଷ
ଯାଏଁ ଗୃହାବଦ୍ଧ ଅବସ୍ଥାରେ ଚଳିବାକୁ ଅନେକେ କଳ୍ପନା ହିଁ କରିପାରୁ ନାହାନ୍ତି ।
ଦ୍ୱିତୀୟତଃ, ବ୍ରହ୍ମପୁର ଏକ ଜନାକୀର୍ଣ୍ଣ
ସହର । ଏଠାକାର ବାସଗୃହ ଗୁଡ଼ିକ ସଂକୀର୍ଣ୍ଣ ଏବଂ ବ୍ୟକ୍ତିପିଛା ଆୟତନ ଅଧିକାଂଶ କ୍ଷେତ୍ରରେ ଦୂରାବସ୍ଥାନ
ଲାଗି ଅନୁପଯୁକ୍ତ । ଏହି କାରଣରୁ ଶୋଇବା, ନିତ୍ୟକର୍ମ ଓ ଖାଇବା ସମୟତକ ବାଦେ ଅଧିକାଂଶ ପରିବାରର
ପୁରୁଷ ସଦସ୍ୟମାନେ ଅନ୍ୟ ସମୟ ବାହାରେ କଟାଇଥାନ୍ତି । ହଠାତ ଏହି ଅଭ୍ୟାସ ବଦଳାଇବା କିମ୍ୱା
ବାସଗୃହର ଆୟତନ ବୃଦ୍ଧି କରିବା ସଂଭବପର ହୋଇପାରୁ ନାହିଁ ।
ତୃତୀୟତଃ, ଗ୍ରାମାଞ୍ଚଳରୁ ପରିବାରବର୍ଗ
ସହରରେ ପହଞ୍ଚି ସ୍ଥାୟୀଭାବେ ବସବାସ କରିବା ଫଳରେ ବ୍ରହ୍ମପୁର ଗଢ଼ି ଉଠିଛି । ବିଶେଷ କରି ସହରର
ଦୁଇ ତୃତୀୟାଂଶ ଅଞ୍ଚଳ ସ୍ୱାଧୀନୋତ୍ତର ଅବସ୍ଥାରେ ଗ୍ରାମାଞ୍ଚଳର ଆଗନ୍ତୁକ ସମୃଦ୍ଧ ।
ସହରବାସୀଙ୍କ ଗଞ୍ଜାମ ଗ୍ରାମାଞ୍ଚଳ ସହ ଘନିଷ୍ଠ ସଂପର୍କ ରହି ଆସିଛି । ପ୍ରବାସୀ ଶ୍ରମିକମାନେ
ଗଞ୍ଜାମ ଗ୍ରାମାଞ୍ଚଳକୁ ଫେରିବା ପରେ ସହରବାସୀ ବହୁ ସଂଖ୍ୟାରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ
ଆସିଥିବା ଆଶଙ୍କା କରାଯାଉଛି ।
ଚ଼ତୁର୍ଥତଃ, ଲକ ଡ଼ାଉନ-ସଟଡ଼ାଉନ ଅବ୍ୟବହିତ
ପୂର୍ବରୁ ଜିନିଷପତ୍ର କିଣାବିକା ପାଇଁ ଦୋକାନ ବଜାରରେ ଭିଡ଼ ଅନେକଙ୍କ ପାଇଁ ସଂକ୍ରମଣର କ୍ଷେତ୍ର
ପ୍ରସ୍ତୁତ କରିଥିଲା । ଲକଡାଉନ-ସଟଡାଉନରେ ସ୍ୱାଭାବିକ ଜୀବନଯାତ୍ରା ନିମନ୍ତେ ସମସ୍ତ
ସୁବିଧାସୁଯୋଗ ଉପଲବ୍ଧ ଥିଲେ ହେଁ ଅପରିଣାମଦର୍ଶୀ ମାନସିକତା ବିପଦର କାରଣ ପାଲଟିଗଲା । ଦୁଇ ତିନିମାସ ଗୃହାବଦ୍ଧ ରହିବାପରେ ଦଶକୋଡ଼ିଏ ମିନଟ ଭିଡ଼ରେ ପହଞ୍ଚିଲେ ସଂକ୍ରମଣର
ଆଶଙ୍କା ଟାଳି ହୁଏ ନାହିଁ ।
ପଞ୍ଚମତଃ, ଦୀର୍ଘକାଳ ଲକଡାଉନ-ସଟଡାଉନରେ
ଗୃହାବଦ୍ଧ ରହିବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ନିଜକୁ ସୁହାଇଲା ଭଳି ସ୍ୱତନ୍ତ୍ର ଦୈନିକ
କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଅପରିହାର୍ଯ୍ୟ । କିଛି ପଢ଼ାଲେଖା, ନୂଆ କାମ ଶିଖିବା ଭର୍ଚୁଆଲ
ସାଧନ ଉପଯୋଗରେ ସଂଭବପର ଏବଂ ସେହିଭଳି ସୁବିଧାସୁଯୋଗ ବହୁ ସହରବାସୀଙ୍କ ହାତପାଆନ୍ତାରେ ଉପଲବ୍ଧ
। ଅବସର ସମୟର ସଦବିନିଯୋଗ ନ ହୋଇପାରିଲେ ବ୍ୟକ୍ତି ମାନସିକସ୍ତରରେ ଭରାକ୍ରାନ୍ତ ହୋଇପଡ଼େ ।
ବିରକ୍ତିରୁ ବିରତି ପାଇଁ ଘରବାହାରକୁ ଯାଇ ସ୍ଥଳ ବିଶେଷରେ ଭୂତାଣକୁ ଘରକୁ ନେଇ ଆସିବା ସାର ହୁଏ
।
Photo by Tai's
Captures on Unsplash
No comments:
Post a Comment