#ବ୍ରହ୍ମପୁର କାହିଁକି ଯେକୌଣସି ସହରର
ପଚାଶବର୍ଷ ପୂର୍ବର ସ୍ମୃତି ରୋମନ୍ଥନ ରୋମାଞ୍ଚକର ଅନୂଭୂତି । ବ୍ରହ୍ମପୁର ୨୦୨୨ରେ ବ୍ରହ୍ମପୁର
୧୯୭୨ର ସାମାଜିକ ଚଳେଣୀର କେତେକ ଝାପସା ଦୃଶ୍ୟାବଳୀ ସେ ସମୟରେ ଯୁବାବସ୍ଥା ବିତାଇଥିବା
ସହରବାସୀଙ୍କ ମନଗହନର ଗଭୀରତମ ପ୍ରଦେଶରୁ ଉଙ୍କି ମାରିଥାଏ ।
ବହୁ ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ବାଦ ଦେଲେ ୧୯୭୨ରେ ବ୍ରହ୍ମପୁର ପ୍ରେକ୍ଷାଳୟରେ ହଲିଉଡ଼ ଚଳଚ଼ିତ୍ର ‘ଗଡ଼ଫାଦର’ ପ୍ରଦର୍ଶିତ ହୋଇଥିଲା । ସେହି ସମୟରେ ସ୍ଥାନୀୟ ସାଂସ୍କୃତିକ ପ୍ରବାହରେ ଏକ ଇଂଲିଶ ଚଳଚ଼ିତ୍ରପ୍ରେମୀ ଗୋଷ୍ଠୀ ଅନ୍ୟତମ ବୈଶିଷ୍ଟ୍ୟ । ସହରର ଚାରିଗୋଟି ଚଳଚ଼ିତ୍ର ପ୍ରେକ୍ଷାଳୟ ମଧ୍ୟରୁ ତିନିଗୋଟି ଏସଏସଭିଟି, ଉତ୍କଳ ଓ ବିଜୟାରେ ବରାବର ହଲିଉଡ଼ ଚଳଚ଼ିତ୍ର ପ୍ରଦର୍ଶିତ ହେଉଥାଏ । ଏସଏସଭିଟିରେ କେବଳ ଶନି ଓ ରବିବାର ମର୍ଣ୍ଣିଂ ସୋ, ବିଜୟାରେ ଶନି ଓ ରବିବାର ମର୍ଣ୍ଣିଂ ସୋ ସାଙ୍ଗକୁ ସୋମବାରରୁ ଗୁରୁବାର ଅପରାହ୍ନ ଚାରିଟାରେ ମେଟିନୀ ଏବଂ ଉତ୍କଳରେ ମର୍ଣ୍ଣିଂ ସୋରେ ଇଂଲିଶ ଚଳଚ଼ିତ୍ର ଚାଲେ । ହଲିଉଡ଼ର ହିଟ ଇଂଲିଶ ଚଳଚ଼ିତ୍ରଗୁଡ଼ିକ ସାମୟିକ ଭାବେ ଉତ୍କଳ ଓ ବିଜୟା ରେଗୁଲାର ତିନିଗୋଟି ସୋ ମେଟିନୀ, ଫାଷ୍ଟ ସୋ ଓ ସେକଣ୍ଡ ସୋ’ରେ ଚଳାନ୍ତି । ‘ଗଡ଼ଫାଦର’ ସଂଭବତଃ ଉତ୍କଳ ସିନେମାରେ ୧୯୭୨ର ମଧ୍ୟଭାଗରେ ତିନି ସୋ’ରେ ପ୍ରଦର୍ଶିତ ହୋଇଥିଲା ।
‘ଗଡ଼ଫାଦର’ ସ୍ମୃତି ରୋମନ୍ଥନର ଦୁଇଗୋଟି କାରଣ ରହିଛି । ପ୍ରଥମତଃ, ଏହି ଚଳଚ଼ିତ୍ର ପ୍ରଦର୍ଶନର ପଚାଶ ବର୍ଷ ପୁରିଛି ଏବଂ ଦ୍ୱିତୀୟତଃ, ସେହି ଚଳଚ଼ିତ୍ରର କାହାଣୀ କିପରି ତତ୍ କାଳୀନ ବ୍ରହ୍ମପୁର ସାମାଜିକ ଜୀବନ ଲାଗି ପ୍ରଯୁଜ୍ୟ ଥିଲା ସେଥିପ୍ରତି ସମ୍ୟକ ଆଲୋକପାତ ।
ଲୋକପ୍ରିୟ ଲେଖକ ମାରିଆ ପୋଜୋଙ୍କ ୧୯୬୯ରେ ପ୍ରକାଶିତ ‘ଗଡ଼ଫାଦର’ ଉପନ୍ୟାସ ଆଧାରରେ ନିର୍ମିତ ଫ୍ରାନ୍ସିସ ଫୋର୍ଡ କୋପୋଲା ନିର୍ଦ୍ଦେଶିତ ଚଳଚ଼ିତ୍ରରେ ମାରଲିନ ବ୍ରାଣ୍ଡୋ ଓ ଆଲ ପାସିନୋ ଅଭିନୟ କରିଥିଲେ । ଚଳଚ଼ିତ୍ରଟି ୨୪ ମାର୍ଚ୍ଚ ୧୯୭୨ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଶୁଭମୁକ୍ତି ପାଇବା ସପ୍ତାହକ ଆଗରୁ ୧୫ ମାର୍ଚ୍ଚ ୧୯୭୨ରେ ଭାରତରେ ମୁକ୍ତି ଲାଭ କରିଥିଲା । ପଚାଶ ବର୍ଷ ପୂର୍ବେ ହିନ୍ଦି କିମ୍ୱା ଇଂଲିଶ ଚଳଚ଼ିତ୍ର ଭାରତରେ ବଡ଼ ବଡ଼ ସହରରେ ମୁକ୍ତିଲାଭ କରିବା କିଛି ମାସ ପରେ ବ୍ରହ୍ମପୁର ଚଳଚ଼ିତ୍ର ପ୍ରେକ୍ଷାଳୟକୁ ଆସୁଥିଲା । ଚଳଚ଼ିତ୍ର ପ୍ରଦର୍ଶନ ଲାଗି ପ୍ରସ୍ତୁତ ପ୍ରିଣ୍ଟ ସଂଖ୍ୟା କମ ଥିବା ହେତୁ ବକ୍ସ ଅଫିସ ଲୋକପ୍ରିୟତା ଅନୁଯାୟୀ ବଡ଼ ସହରପରେ ଛୋଟ ସହରର ପାଳି ଆସେ । ସେହି ସମୟରେ ପୂର୍ବାଞ୍ଚଳରେ ଇଂଲିଶ ଚଳଚ଼ିତ୍ର ପ୍ରଦର୍ଶନଲାଗି କୋଲକତା ଓ କଟକ ପରକୁ ବ୍ରହ୍ମପୁରର ସ୍ଥାନ । ‘ଗଡ଼ଫାଦର’ ନାମୀ ଚଳଚ଼ିତ୍ର ହୋଇଥିବା ହେତୁ କଟକରେ ପ୍ରଦର୍ଶନ କାଳରେ ଦୈନିକ ଓଡ଼ିଆ ସମ୍ୱାଦପତ୍ରରେ ବିଜ୍ଞପିତ ହୋଇଥିବା ମନେପଡ଼େ ।
‘ଗଡ଼ଫାଦର’ ଚଳଚ଼ିତ୍ର ବାର୍ଷିକ ଓସ୍କାର ପ୍ରତିଯୋଗିତାରେ ଶ୍ରେଷ୍ଠ ଚଳଚ଼ିତ୍ର, ଶ୍ରେଷ୍ଠ ଚ଼ିତ୍ରନାଟ୍ୟ ଓ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇ ପ୍ରଶଂସିତ ହେବାପରେ ଅତିରିକ୍ତି ଦୁଇଗୋଟି ପୂର୍ଣ୍ଣାଙ୍ଗ ଚଳଚ଼ିତ୍ର ପାର୍ଟ-୨ ଓ ପାର୍ଟ-୩ ପ୍ରସ୍ତୁତ ହୋଇଥିଲା । ‘ଗଡ଼ଫାଦର’ର କାହାଣୀରେ ଅନୁପ୍ରାଣିତ ହୋଇ ବିଶ୍ୱବ୍ୟାପୀ ପ୍ରାୟ ଚାରିଶହଗୋଟି ଚଳଚ଼ିତ୍ର ନିର୍ମିତ ହୋଇଥିବା କୁହାଯାଏ । ଭାରତରେ ଫିରୋଜ ଖାନଙ୍କ ‘ଧର୍ମାତ୍ମା’ ଓ ଅମିତାଭ ବଚ୍ଚନ ଅଭିନୀତ ‘ସରକାର’ ସେଥି ମଧ୍ୟରେ ଅନ୍ତର୍ଭୁକ୍ତ ।
‘ଗଡ଼ଫାଦର’ର କାହାଣୀ ୧୯୪୦ ସମୟର ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୂୟର୍କରେ ଅବସ୍ଥାପିତ ଏକ କାଳ୍ପନିକ ଗ୍ୟାଙ୍ଗଷ୍ଟାର ଭିଟୋ କାରଲେନ୍ସର ଜୀବନ ବୃତ୍ତାନ୍ତ । ଏହି ଚଳଚ଼ିତ୍ରଟି ୧୯୭୨ରେ ବ୍ରହ୍ମପୁରରେ ପ୍ରଦର୍ଶିତ ହେବା ବେଳକୁ ସହରର ଯୁବ ସମ୍ପ୍ରଦାୟରେ ଗ୍ୟାଙ୍ଗଷ୍ଟାର ସଂସ୍କୃତି ଚର୍ଚ୍ଚିତ ବିଷୟବସ୍ତୁ । ସେତେବେଳକାର ଯୁବକୁଳର ପ୍ରାଣକେନ୍ଦ୍ର ଖଲ୍ଲିକୋଟ ମହାବିଦ୍ୟାଳୟ ବିଶୃଙ୍ଖଳିତ । ପଶ୍ଚିମବଙ୍ଗର ନକ୍ସଲବାଡ଼ି ଆନ୍ଦୋଳନ ପ୍ରଭାବରେ ସହରର କାନ୍ଥବାଡ଼ ବାମପନ୍ଥୀ ସ୍ଳୋଗାନରେ ଭର୍ତ୍ତି । ବାଂଲାଦେଶ ମୁକ୍ତି ସଂଗ୍ରାମ ଏହି ମାତ୍ର ସରିଥାଏ । ଅଧ୍ୟୟନପରେ ନିଯୁକ୍ତି ଅଭାବ ସହରର ଯୁବକମାନେ ପ୍ରଥମଥର ପାଇଁ ସାମ୍ନା କରୁଥାନ୍ତି । ଅଜଣା ଭୟ ଓ ଅନିଶ୍ଚିତ ଭବିଷ୍ୟତ ସହ ଅପରିଚ଼ିତ ଯୁବପ୍ରାଣକୁ ‘ଗଡ଼ଫାଦର’ ଭଳି ଚଳଚ଼ିତ୍ର ପ୍ରଭାବିତ କରିବାର ଭରପୁର ଉପାଦାନ ରହିଥିଲା । ମାରଲିନ ବ୍ରାଣ୍ଡୋଙ୍କ ସଂଳାପ “ଆଇ ଏମ ଗୋଇଂ ଟୁ ମେକ ହିମ ଏନ ଅଫର ହି କେନାଟ ରିଫ୍ୟୁଜ”; ଜୀବନସହ ସାଲିସ କରିବା ନିମନ୍ତେ ଏକ ନିଆରା ମନ୍ତ୍ର ପ୍ରଦାନ କରିଥିଲା ବୋଲି କୁହାଯାଇପାରେ ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୦୨ ଏପ୍ରିଲ ୨୦୨୨/ ପୃଷ୍ଠା :୮)
Photo by Jeremy Yap on Unsplash
No comments:
Post a Comment